ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ବିଜେପିର ମୌନବ୍ରତ

You are currently viewing ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ବିଜେପିର ମୌନବ୍ରତ

ଅନୁଗୁଳ: ପଞ୍ଜାବର ଫିରୋଜପୁର ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ୍ କୁ ଅଟକାଇବା ଭଳି ପରିସ୍ଥିତି ସୃଷ୍ଟି କରିବା, ଆକ୍ରମଣ ତଥା ହତ୍ୟା ଷଡଯନ୍ତ୍ର ଭଳି ଗୁରୁତର ଅଭିଯୋଗ ଆସିଛି ପଞ୍ଜାବର କଂଗ୍ରେସ ସରକାର ବିରୁଦ୍ଧରେ। ଏହି ଘଟଣାକୁ ନେଇ ବିଜେପି କଂଗ୍ରେସ କୁ ତୀବ୍ର ନିନ୍ଦା କରିଛି।ଯେଉଁଠି ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ନୁହନ୍ତି ସେଠି ଜନସାଧାରଣଙ୍କ ଅବସ୍ଥା କଣ ଥିବା ଏଭଳି ପରିସ୍ଥିତିରେ ଜିଲ୍ଲା ବିଜେପି ପକ୍ଷରୁ ସୋମବାର ଶିମିଳିପଡା ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ  ମୌନ ବ୍ରତ କାର୍ଯ୍ୟକ୍ରମ ବିଜେପି ପକ୍ଷରୁ କରାଯାଇଛି। ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ର ପାଣି,ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ,ଅଶୋକ ମହାନ୍ତି, ସୁଦୀପ୍ ଗଡ଼ନାୟକ,ରୋଜାଲିନ ଦାସ, ନମିତା ଦଳବେହେରା ଓ ଅନ୍ୟ ବହୁ ବିଜେପି କର୍ମୀ ଯୋଗ ଦେଇ ଥିଲେ ।

Share

Leave a Reply