ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଫାଣ୍ଡି ଅଞ୍ଚଳରୁ ଜଣେ ୧୭ ବର୍ଷର ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ। ସୂଚନା ଯେ, ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗାଁର ବୁବୁ ଓରଫ ସୂର୍ଯ୍ୟକାନ୍ତ ବେହେରା ଏକ ବାଇକ୍ରେ ଶୁକ୍ରବାର ନାବାଳିକାଙ୍କୁ ଅପହରଣକରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଶୁକ୍ରବାର ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଇଁପୁର ଗାଁରୁ ନାବାଳିକାଙ୍କୁ ଉଦ୍ଧାର କରିବାସହ ବୁବୁଙ୍କୁ ଗିରଫକରିଥିଲେ। ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯିବାପରେ ପୁଲିସ ବୁବୁଙ୍କୁ କୋର୍ଟ ଚାଲାଣ କରିଛି।
ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ
- Post published:January 10, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
