୪୦୦ କେଭି ଲାଇନ୍‌ର ଆଲୁମିନିୟମ୍ ତାର ଚୋରି ଘଟଣାର ପର୍ଦ୍ଦାଫାସ, ୧୦ ଗିରଫ

You are currently viewing ୪୦୦ କେଭି ଲାଇନ୍‌ର ଆଲୁମିନିୟମ୍ ତାର ଚୋରି ଘଟଣାର ପର୍ଦ୍ଦାଫାସ, ୧୦ ଗିରଫ

ଅନୁଗୋଳ : ଅନୁଗୋଳ ସଦର ଥାନା ଅନ୍ତର୍ଗତ ହାଣଡିହ ଗାଁ ନିକଟରୁ ୪୦୦ କେଭି ବିଦ୍ୟୁତ୍ ଟ୍ରାନ୍ସମିସନ୍ ଲାଇନ୍‌ର ଆଲୁମିନିୟମ୍ ତାର ଚୋରି ଘଟଣାର ପର୍ଦ୍ଦାଫାସ 8କରିଛି ପୁଲିସ। ଘଟଣାରେ ସମ୍ପୃକ୍ତ ୧୦ ଜଣଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି। ଶ୍ରୀଭୂମି ପାୱାର ପ୍ରୋଜେକ୍ଟ, ଜିନ୍ଦଲର ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଶତପଥୀଙ୍କ ଅଭିଯୋଗ ଆଧାରରେ ସଦର ଥାନାରେ ମାମଲା ରୁଜୁ ହୋଇଥିଲା।

ଗୁପ୍ତ ସୂଚନା ଆଧାରରେ ପୁଲିସ ଚଢ଼ାଉ କରି ଅମର ନାଏକ, ପାପୁନ ଜାଲ, ଶଙ୍କର୍ଷଣ ବାରିକ, ବାପୁନ ନାଏକ, ଲିଟୁ ନାଏକ, ବିଦୁଷ ରାଉତ, ବିକାଶ ନାଏକ, ସୁବଳ ନାଏକ, ସନାତନ ନାଏକ ଓ ଲକ୍ଷ୍ମୀଧର ନାଏକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୬ ବଣ୍ଡଲ ଆଲୁମିନିୟମ୍ ତାର, ଗୋଟିଏ ପିକ୍‌ଅପ୍ ଭ୍ୟାନ୍, ତାର କରିବା ମେସିନ୍ ଓ ୧୦ ହଜାର ଟଙ୍କା ଜବତ ହୋଇଛି। ସଦର ଥାନା ଆଇଆଇସି ସତ୍ୟବ୍ରତ ରାଉତଙ୍କ ନେତୃତ୍ୱରେ ଟିମ୍‌ଟି ଏହି କାର୍ଯ୍ୟାନୁଷ୍ଠାନ କରିଥିଲା।

Share

Leave a Reply