ଅନୁଗୋଳ: ବରିଷ୍ଠ ଆଇନଜୀବୀ ତଥା ଆମ୍ବେଦକରବାଦୀ ସାମାଜିକ ଆନ୍ଦୋଳନର ଅଗ୍ରଣୀ କର୍ମୀ ପବିତ୍ର କୁମାର ନାଏକ ଓ ତାଙ୍କ ପତ୍ନୀ ସାବିତ୍ରୀଙ୍କ ଅକାଳ ବିୟୋଗରେ ଅନୁଗୋଳସ୍ଥିତ ଡ. ବାବାସାହେବ ଆମ୍ବେଦକର ଫାଉଣ୍ଡେସନ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ବିଭିନ୍ନ ଆମ୍ବେଦକରବାଦୀ ସଂଗଠନର କର୍ମକର୍ତ୍ତା ଓ ସାମାଜିକ କର୍ମୀମାନେ ଯୋଗଦେଇ ଦମ୍ପତିଙ୍କ ସ୍ମୃତିଚାରଣ କରିଥିଲେ।
ସଭାରେ ପବିତ୍ର କୁମାର ନାଏକଙ୍କ ଦୀର୍ଘ ଆଇନଜୀବୀ ଜୀବନ ସହ ସାମାଜିକ ନ୍ୟାୟ ଓ ଆମ୍ବେଦକରବାଦୀ ଆନ୍ଦୋଳନ ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା। ସେହିପରି ସାବିତ୍ରୀଙ୍କ ସ୍ୱାସ୍ଥ୍ୟକର୍ମୀ ଭାବେ ଲୋକସେବାକୁ ମଧ୍ୟ ସ୍ମରଣ କରାଯାଇଥିଲା। ଉପସ୍ଥିତ ସମସ୍ତେ ନିରବ ପ୍ରାର୍ଥନା କରି ଦୁଇ ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି କାମନା କରିବା ସହ ତାଙ୍କ ଏକମାତ୍ର ଝିଅ ଓ ପରିବାର ପ୍ରତି ସମବେଦନା ଜଣାଇଥିଲେ। ସଭାରେ ବିଭିନ୍ନ ସଂଗଠନର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ।












