ତ୍ରିଦିବସୀୟ ଏନଏସଏସ ଜିଲ୍ଲାସ୍ତରୀୟ ଶିବିର ଉଦଯାପିତ

You are currently viewing ତ୍ରିଦିବସୀୟ ଏନଏସଏସ ଜିଲ୍ଲାସ୍ତରୀୟ ଶିବିର ଉଦଯାପିତ

ଅନୁଗୋଳ,୪/୧୦: ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅନୁଗୋଳ ଦ୍ୱାରା ଆୟୋଜିତ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ସ୍ୱେଚ୍ଛାସେବୀ ଶିବିର ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଛି। ଗତ ୨ ତାରିଖରେ ଏହି ଶିବିରକୁ ମୁଖ୍ୟ ଅତିଥି ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ନୀଳାଞ୍ଚଳ ପଟେଲ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ବସନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏନଏସଏସ ବ୍ୟୁରୋ ସଂଯୋଜକ ଡ. ବିଶ୍ୱମୋହନ ଜେନା ଓ ଅନୁଗୋଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ତିନି ଦିନ ଧରି ଚାଲିଥିବା ଏହି ଶିବିରରେ ଦଶଟି ବିଷୟରେ ବିଶେଷଜ୍ଞମାନେ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଯୋଗାଭ୍ୟାସ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଉଦଯାପନୀ ଉତ୍ସବ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଡ. ସାହୁ ସ୍ୱେଚ୍ଛାସେବୀମାନଙ୍କୁ ଶୃଙ୍ଖଳିତ ଜୀବନଯାପନ ମାଧ୍ୟମରେ ବ୍ୟକ୍ତିତ୍ୱ ବିକାଶ ଓ ସମାଜ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ ଏନଏସଏସ ସେଲର ଆଞ୍ଚଳିକ ନିର୍ଦ୍ଦେଶକ ଅଜିତ କୁମାର କୁସ୍ୱାହା ମାର୍ଗଦର୍ଶନ କରିଥିଲେ। ଜିଲ୍ଲା ନୋଡାଲ ଅଫିସର ସୀତିକାନ୍ତ ରଥ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ୧୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦୦ ଜଣ ସ୍ୱେଚ୍ଛାସେବୀ ଓ ୧୦ ଜଣ କାର୍ଯ୍ୟକ୍ରମ ଅଧିକାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଡ. କନକଲତା ମହାପାତ୍ର ଅତିଥି ପରିଚୟ ଓ ପରିଚାଳନା କରିଥିବା ବେଳେ ସହଯୋଗୀ ଅଧିକାରୀ ଡ. ବିଜୟିନୀ ମହାପାତ୍ର ଧନ୍ୟବାଦ ଅର୍ପଣ ଓ ଡ. ସୁଜ୍ଞାନୀ ରଥ ମଞ୍ଚ ସଞ୍ଚାଳନ କରିଥିଲେ।

Share

Leave a Reply