ଡାଉନଷ୍ଟ୍ରିମ୍ ଶିଳ୍ପ ବିକାଶକୁ ଗୁରୁତ୍ୱ, ସ୍ଥାନୀୟ MSMEକୁ ସୁଯୋଗ ଦେବାକୁ ଆଶ୍ୱାସନା

You are currently viewing ଡାଉନଷ୍ଟ୍ରିମ୍ ଶିଳ୍ପ ବିକାଶକୁ ଗୁରୁତ୍ୱ, ସ୍ଥାନୀୟ MSMEକୁ ସୁଯୋଗ ଦେବାକୁ ଆଶ୍ୱାସନା

ଅନୁଗୋଳ: ଅନୁଗୋଳରେ ଡାଉନଷ୍ଟ୍ରିମ୍ ଶିଳ୍ପର ବିକାଶ ଓ ସ୍ଥାନୀୟ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (MSME)କୁ ଅଧିକ ସୁଯୋଗ ଦେବା ନେଇ ଅନୁଗୋଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ (ADCCI) ପ୍ରତିନିଧିଦଳ ଓ ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ମଧ୍ୟରେ ଆଲୋଚନା ହୋଇଛି। ଅକ୍ଟୋବର ୨ ତାରିଖରେ ଜିନ୍ଦଲ ଷ୍ଟିଲର ଅନୁଗୋଳ କାର୍ଯ୍ୟାଳୟରେ ଏହି ସାକ୍ଷାତକାର ହୋଇଥିଲା।

ସ୍ଥାନୀୟ ବ୍ୟବସାୟୀ ଓ ଶିଳ୍ପସଂସ୍ଥା ସହ ବୃହତ୍ ଶିଳ୍ପାନୁଷ୍ଠାନର ସମନ୍ୱୟ ବୃଦ୍ଧି, MSMEକୁ ବ୍ୟାବସାୟିକ ସୁଯୋଗ ଏବଂ ଅନୁଗୋଳର ଆର୍ଥିକ ବିକାଶ ନେଇ ମତବିନିମୟ ହୋଇଥିଲା। ADCCIର ପ୍ରସ୍ତାବକୁ ନବୀନ ଜିନ୍ଦଲ ସ୍ୱାଗତ କରିବା ସହ ସ୍ଥାନୀୟ ବିକାଶ ପାଇଁ ଆଗାମୀ ଦିନରେ ଅଧିକ ସହଯୋଗର ଆଶ୍ୱାସନା ଦେଇଥିଲେ। ADCCI ଅଧ୍ୟକ୍ଷ ଅଶୋକ କୁମାର ଜୈନଙ୍କ ନେତୃତ୍ୱରେ ଚନ୍ଦ୍ରକାନ୍ତ ଧଳଙ୍କ ସମେତ ପ୍ରତିନିଧିମାନେ ଆଲୋଚନାରେ ଯୋଗଦେଇଥିଲେ।

Share

Leave a Reply