ବଚପନ ପ୍ଲେ’ ସ୍କୁଲରେ ବେବି ଶୋ

You are currently viewing ବଚପନ ପ୍ଲେ’ ସ୍କୁଲରେ ବେବି ଶୋ

ଅନୁଗୋଳ: ସ୍ଥାନୀୟ ବଚପନ ପ୍ଲେ ସ୍କୁଲ ପରିସରରେ ବେବି ଶୋ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ଶିଶୁ ଅଂଶଗ୍ରହଣ କରିଥିଲେ। ଦିଲ୍ଲୀ ପବ୍ଲିକ ସ୍କୁଲ, ନାଲକୋ ନଗରର ଶିକ୍ଷୟିତ୍ରୀ ମିତାଲି ସିହ୍ନା, ଅର୍ଚ୍ଚନା ସାମନ୍ତରାୟ, ରଚନା ରିମଝିମ, ସୋନାଲି ମିଶ୍ର ଓ ସସ୍ମିତା ମିଶ୍ର ବିଚାରକ ଭାବେ ଯୋଗଦେଇଥିଲେ।

ଏହି ଅବସରରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅନୁପ ମହାଳିକ ଓ ଡାକ୍ତର ନନ୍ଦ କିଶୋର ସାହୁ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ରୋଟାରୀ କ୍ଲବ ଅନୁଗୋଳ ରୟାଲର ସଭାପତି ବାଣୀ ଦେବ, ପୂର୍ବତନ ସଭାପତି ମଧୁ ଗୁପ୍ତା ଓ ରୋଟାରିଆନ୍ ମିଲନ ଅଗ୍ରୱାଲ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଉପହାର ପ୍ରଦାନ କରିଥିଲେ। ବିଭିନ୍ନ ବର୍ଗରେ କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ଏଥିସହ ଅଭିଭାବକମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇ ବିଜେତାଙ୍କୁ ପୁରସ୍କାର ଦିଆଯାଇଥିଲା। ନିଝାର ଅଲ୍ଲୀ ଦାମାନୀଙ୍କ ନେତୃତ୍ୱରେ ସ୍କୁଲର ଅଧ୍ୟକ୍ଷା ଇଭାଲିନ ରଥ, ଉପଦେଷ୍ଟା ଅନ୍ନପୂର୍ଣ୍ଣା ବୈଥାଲଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ସ୍କୁଲର ନିର୍ଦ୍ଦେଶିକା ସଲିମା ଦାମାନୀ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply