ଛେଣ୍ଡିପଦା ବସ୍ ମାଲିକ ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ: ଉମେଶ ଚନ୍ଦ୍ର ପ୍ରଧାନ ହେଲେ ସଭାପତି

You are currently viewing ଛେଣ୍ଡିପଦା ବସ୍ ମାଲିକ ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ: ଉମେଶ ଚନ୍ଦ୍ର ପ୍ରଧାନ ହେଲେ ସଭାପତି

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍ ଜଗନ୍ନାଥ ବସ୍ ମାଲିକ ସଂଘର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ମଙ୍ଗଳବାର ସ୍ଥାନୀୟ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଛି।

ବୈଠକରେ ସର୍ବସମ୍ମତି କ୍ରମେ ବସ୍ ମାଲିକ ସଂଘର ସଭାପତି ଭାବେ ଉମେଶ ଚନ୍ଦ୍ର ପ୍ରଧାନ, ସାଧାରଣ ସଂପାଦକ ଭାବେ ମନୋଜ କୁମାର ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ଭାବେ ବୁଦ୍ଧଦେବ ପ୍ରଧାନଙ୍କୁ ଚୟନ କରାଯାଇଛି। ଅନ୍ୟତମ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଅକ୍ଷୟପାଦ ବେହେରା, ସରପଞ୍ଚ ସୁଦିପ୍ତ ପ୍ରଧାନ, ରବିନାରାୟଣ ବେହେରା, ଦଣ୍ଡଧର ଦେହୁରୀ, ରବିନାରାୟଣ ସେଠୀ, ବିପିନ ବିହାରୀ ପ୍ରଧାନ, ବସ ମାଲିକ ବେଣୁଧର ସାହୁ, ନିରୁପମା ଆଚାର୍ଯ୍ୟ, ବିଜୟ କୁମାର ବେହେରା, ତ୍ରିଲୋଚନ ସାହୁ, ଅନିଲ ସାହୁ, ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply