ତାଳଚେର: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ହେବାକୁ ଦୁଇ ମାସରୁ ଅଧିକ ସମୟ ବାକି ଅଛି। ଚଳିତ ବର୍ଷ କାରିଗରପଡା ଯୁବକ ସଂଘ ଗଣେଶ ପୂଜା କମିଟି ତାର ରୋପ୍ୟ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏହି ଅବସରରେ ଆଜି ସ୍ଥାନୀୟ ଚିତ୍ରକୁଟ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଥମେ କର୍ମକର୍ତ୍ତା ଚୟନ କରାଯାଇଥିଲା। ପୁଣି ପୁରୁଣା କମିଟିକୁ ଚଳିତ ବର୍ଷ ପାଇଁ ସର୍ବ ସନ୍ନତି କ୍ରମେ ଦାଇତ୍ୱ ଅର୍ପଣ କରାଯାଇଥିଲା।
ସଭାପତି ପ୍ରିତେଶ ପଟ୍ଟନାୟକ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ରୋପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ଗଣେଶ ପୂଜାକୁ କିପରି ଅଧିକରୁ ଅଧିକbସରସ ସୁନ୍ଦର ଓ ଆକର୍ଷଣୀୟ କରାଯିବbସେଥିନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।କମିଟିର ସଦସ୍ୟ ମାନେ ନିଜର ସୁଚିନ୍ତିତ ମତାମତ ଦେଇ ଗଣେଶ ପୂଜାକୁ ଜାକଜମକର ସହିତ କିଛି କିଛି ନୂଆ ଡେକରସନ ଓ ମୂର୍ତ୍ତି ସାଜସ୍ଵଜାକୁ ଭିର୍ଣ୍ଣ ଢାଞ୍ଚାରେ କରି ଦେଖାଇବାକୁ ମତାମତ ପ୍ରକାଶ କରିଥିଲେ। ତେବେ ସେହି ଅନୁଯାଇ ସମସ୍ତ ସଦସ୍ୟଙ୍କ ଦେୟର ପରିମାଣ ବୃଦ୍ଧି ସହିତ ସମସ୍ତ ପ୍ରକାର ସହଯୋଗ କରିବାକୁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରାଯାଇଥିଲା। ଏହି ବୈଠକରେ କାରିଗର ପଡାର ଶତାଧିକ ବରିଷ୍ଟ ସଦସ୍ୟମାନେ ଉପସ୍ଥିତ ଥିଲେ।