୧୫ ଦଫା ଦାବି ନେଇ ମାଲ୍ୟଗିରି କଲେଜ ଅଧ୍ୟକ୍ଷଙ୍କୁ ଏବିଭିପିର ଦାବିପତ୍ର

You are currently viewing ୧୫ ଦଫା ଦାବି ନେଇ ମାଲ୍ୟଗିରି କଲେଜ ଅଧ୍ୟକ୍ଷଙ୍କୁ ଏବିଭିପିର ଦାବିପତ୍ର

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡସ୍ଥିତ ମାଲ୍ୟଗିରି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଓ ଛାତ୍ରସଂସଦ ନିର୍ବାଚନ ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଅଧ୍ୟକ୍ଷଙ୍କୁ ୧୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।
ଛାତ୍ର ସଂଗଠନ ପକ୍ଷରୁ କଲେଜରେ ପରୀକ୍ଷା ପରିଚାଳନାରେ ଅନିୟମିତତା, ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ରହିବା, ପିଇବା ପାଣି ଓ ଶୌଚାଳୟର ଅବ୍ୟବସ୍ଥା ନେଇ ଅଭିଯୋଗ କରାଯାଇଛି। ଏଥିସହ କ୍ୟାମ୍ପସରେ ସିସିଟିଭି, ଲାଇବ୍ରେରୀ, ଜିମ୍ ଓ ୱାଇ-ଫାଇ ସୁବିଧା ଯୋଗାଇବା, ପ୍ଲସ୍‌-ଟୁ ବିଲ୍ଡିଂ ଓ ଖେଳପଡ଼ିଆର ଉନ୍ନତିକରଣ ଦାବି ରହିଛି। ଏହି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ସହ ଛାତ୍ରସଂସଦ ନିର୍ବାଚନ ତୁରନ୍ତ କରିବାକୁ ଏବିଭିପି ଦାବି କରିଛି।
ଏହି ସମୟରେ ଆୟୁଷ ପ୍ରଧାନ, ଧର୍ମେନ୍ଦ୍ର ମହାନ୍ତଙ୍କ ସମେତ ଖୁସି ଫତିମା, ଲଭଲି ନାଏକ, ଛବିଳ ମହାନ୍ତ, ସୋମ ମହାରଣା, ଜ୍ୟୋତିରଞ୍ଜନ ସାହୁ ଓ କାହ୍ନା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply