ସିକିଲ୍ ସେଲ୍ ରୋଗୀଙ୍କ ପାଇଁ ରାଜ୍ୟର ପ୍ରଥମ ଜନଜାତି କାର୍ଯ୍ୟକ୍ରମ ଅନୁଗୋଳରେ, ଉଦଘାଟନ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ

You are currently viewing ସିକିଲ୍ ସେଲ୍ ରୋଗୀଙ୍କ ପାଇଁ ରାଜ୍ୟର ପ୍ରଥମ ଜନଜାତି କାର୍ଯ୍ୟକ୍ରମ ଅନୁଗୋଳରେ, ଉଦଘାଟନ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ

ଅନୁଗୋଳ: ସିକିଲ୍ ସେଲ୍ ରୋଗୀଙ୍କ ପାଇଁ ରାଜ୍ୟର ପ୍ରଥମ ଜନଜାତି କାର୍ଯ୍ୟକ୍ରମ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ହେବ। ଆସନ୍ତାକାଲି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇଛନ୍ତି।

ସାଧାରଣ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ସିକିଲ୍ ସେଲ୍ ଭଳି ବଂଶଗତ ରୋଗର ନିରାକରଣ ଓ ପରିଚାଳନା ପାଇଁ ସରକାର ସର୍ବଦା ପ୍ରତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି। ଜନଜାତି ସମ୍ପ୍ରଦାୟର ସିକିଲ୍ ସେଲ୍ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଆବଶ୍ୟକ ସହାୟତା ଯୋଗାଇଦେବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ।

Share

Leave a Reply