ରାଜ୍ୟରେ ବିଜେଡିର ଅରାଜକତା ଚାଲିଥିବା ଅଭିଯୋଗ: ପ୍ରତିବାଦରେ ବିଜେପିର ସତ୍ୟାଗ୍ରହ

You are currently viewing ରାଜ୍ୟରେ ବିଜେଡିର ଅରାଜକତା ଚାଲିଥିବା ଅଭିଯୋଗ: ପ୍ରତିବାଦରେ ବିଜେପିର ସତ୍ୟାଗ୍ରହ

ଅନୁଗୁଳ: ପାଳଲହଡ଼ାସ୍ଥିତ ପବିତ୍ର ନଗରରେ ବିଜେଡିର ରାଜନୈତିକ ଅପରାଧକରଣ ପ୍ରତିବାଦରେ ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଇଛି।
ଏ ଅବସରରେ ପ୍ରଥମେ ବିଜେପି କର୍ମୀ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତା’ ପରେ ମୂର୍ତ୍ତି ଆଗରେ ସତ୍ୟାଗ୍ରହରେ ବସିଥିଲେ। ମଣ୍ଡଳ ସଭାପତି ଗୌର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସତ୍ୟାଗ୍ରହରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ୨୬ ବର୍ଷରେ ପହଞ୍ଚିଥିବା ବିଜେଡି ଦଳ ଅପରାଧୀଙ୍କ ଚରାଭୂଇଁ ପାଲଟିଛି ବୋଲି କହିଥିଲେ। ବିଜେଡି ଶାସନ କାଳରେ ପିହୁ, ପରୀ, ମମିତା ମେହେର, ଧର୍ମେନ୍ଦ୍ର ସାହୁ ପ୍ରମୁଖ ଘଟଣା ଘଟିଛି। ଆଜି ଯାଏଁ ଏହି ସବୁ ମାମଲା ସମାଧାନ ହୋଇନଥିବାରୁ ବିଜେପି, ବିଜେଡିକୁ ଦୋଷାରୋପ କରିଛି।
ଏହି ସତ୍ୟାଗ୍ରହରେ ବିଜେପି ନେତା ମଣ୍ଡଳ ସଭାପତି ପ୍ରହଲ୍ଲାଦ ସାମଲ, ଦିଲେଶ୍ଵର ବେହେରା, ହିମାଂଶୁ ସାହୁ, ଆଦିତ୍ୟ ସାହୁ, ଶିଶିର ନନ୍ଦ, ପ୍ରମୋଦ ସାହୁ, ପ୍ରଫୁଲ୍ଲ ସାହୁ, ମଦନ ସାହୁ, ଛବି ସାହୁ, ସୁରୁମନି ଚାତର, ସତ୍ୟ ରଂଜନ ସାମଲ, ପଦ୍ମଲାଭ ସାମଲ, ରୁଦ୍ର ମୋହନ ସାହୁ, ତପନ ସାହୁ, ରଂଜନ ସମଲ, ଅନୀଲ ନନ୍ଦ, ରାଜେନ୍ଦ୍ର ସାହୁ, କୃଷ୍ଣ ହେମ୍ବ୍ରମ, ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply