ଆସନ୍ତାକାଲି ଅନୁଗୁଳ ଆସୁଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

You are currently viewing ଆସନ୍ତାକାଲି ଅନୁଗୁଳ ଆସୁଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ବିଜେପିର ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଜୁନ ୧ ରୁ ୧୫ ଯାଏଁ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅନୁଗୁଳ ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।
ଶ୍ରୀ ମହାନ୍ତି ଅନୁଗୁଳ ଆସି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତରେ ବିଜେପି ପକ୍ଷରୁ ଆୟୋଜିତ ଏକ ଏସସି ମୋର୍ଚ୍ଚାର ସମ୍ମିଳନୀରେ ଯୋଗ ଦେବେ। ଏନେଇ ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି।

Share

Leave a Reply