ତାଳଚେର ମେଡିକାଲ କଲେଜ ଚଳାଇବାରେ ବିଳମ୍ବ କାହିଁକି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବିଜେପି ରାଜ୍ୟ ସମ୍ପାଦକ

You are currently viewing ତାଳଚେର ମେଡିକାଲ କଲେଜ ଚଳାଇବାରେ ବିଳମ୍ବ କାହିଁକି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବିଜେପି ରାଜ୍ୟ ସମ୍ପାଦକ

ତାଳଚେର : ତାଳଚେର ମେଡିକାଲ କଲେଜ ଚଳାଇବାରେ ବିଳମ୍ବ କାହିଁକି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ। କେନ୍ଦ୍ର ସରକାର ତାଳଚେର ମେଡିକାଲ କଲେଜ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଏମସିଏଲର ୨୦ ଏକର ଅଧିଗୃହୀତ ଜମି ଓ ୧୫୦୦ କୋଟି ଟଙ୍କାରେ କ୍ୟାମ୍ପସ, ହସ୍ପିଟାଲ ଏବଂ ଚଳାଇବା ପାଇଁ ଆବଶ୍ୟକୀୟ ଖର୍ଚ୍ଚ କେନ୍ଦ୍ର ସରକାରଙ୍କର ରାଷ୍ଟ୍ରୟତ୍ତ ଉଦ୍ୟୋଗ ଏମସିଏଲ ପକ୍ଷରୁ ଯୋଗାଇ ଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କର ଟଙ୍କାଟିଏ ମଧ୍ୟ ଅବଦାନ ନଥିବା ସତ୍ତ୍ୱେ ବର୍ଷ ବର୍ଷ ଧରି ମେଡିକାଲ କଲେଜ ଚାଲୁ ନ କରାଇବା ରାଜ୍ୟ ସରକାରଙ୍କର ଏକ ଷଡ଼ଯନ୍ତ୍ର ନା ଅପାରଗତା ବୋଲି ଶ୍ରୀ ସାମଲ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଦେବଗଡ଼ ସାଂସଦ ଥିଲେ ସେହି ସମୟରୁ ତାଳଚେର ମେଡିକାଲ କଲେଜ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ କେନ୍ଦ୍ରମନ୍ତ୍ରୀ ହେବା ପରେ ମେଡିକାଲ କଲେଜ ପାଇଁ ବ୍ୟବସ୍ଥା କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୯ ରେ ଏହାର ଉଦଘାଟନ କରିଥିଲେ। କିନ୍ତୁ ଏବେ ଯାଏଁ କଲେଜ ଚାଲୁ ହୋଇପାରିନାହାନ୍ତି।

ସ୍ଥାନୀୟ ସାଂସଦ ଓ ବିଧାୟକ ମେଡିକାଲ କଲେଜ ପ୍ରସଙ୍ଗରେ ଦୀର୍ଘ ଚାରି ବର୍ଷ ଧରି ନିରବ କାହିଁକି ବୋଲି ଶ୍ରୀ ସାମଲ କହିଛନ୍ତି।
ପୂର୍ବରୁ ବିଜେପି ପକ୍ଷରୁ ମାର୍ଚ୍ଚ ୨୪ ତାରିଖରେ ମେଡିକାଲ କଲେଜ ପ୍ରସଙ୍ଗରେ ଜଗନ୍ନାଥ ଜିଏମଙ୍କୁ ଘେରାଉ କରିବା ସହ ନୋଟିସ ଦିଆଯାଇଥିଲା। ପନ୍ଦର ମାସରେ ହକି ଷ୍ଟାଡିୟମ ହେଇ ପାରୁଛି ମେଡିକାଲ କଲେଜ ପାଇଁ ମୋଦି ସରକାର ୧୫୦୦ କୋଟି ଟଙ୍କା ଦେବା ପରେ ମଧ୍ୟ ବିଳମ୍ବ କାହିଁକି ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି। ମେଡିକାଲ କଲେଜ ନାମ କରଣ ପ୍ରସଙ୍ଗରେ ବିଜେପି ଆଗରୁ ଏହା ଦାବି କରି ଆସିଥିଲା ଏବଂ ବହୁ ବିଳମ୍ବରେ ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାଁ ମୁଖ୍ୟମନ୍ତ୍ରୀଙ୍କର ମନେ ପଡ଼ିଲା ବୋଲି ଶ୍ରୀ ସାମଲ ଟ୍ୱିଟ କରି ସୂଚନା ଦେଇଛନ୍ତି।

Share

Leave a Reply