CADLAB

ଥର୍ମାଲ ଯୋଗୁଁ ସନ୍ଥପଡ଼ା ମୌଜାରେ ଫସଲ ହାନି ପ୍ରସଙ୍ଗ

ଏନ୍‌ଟିପିସି ପକ୍ଷରୁ ୯୦ ଲକ୍ଷ କ୍ଷତିପୂରଣ ପ୍ରଦାନ

0

ଅନୁଗୁଳ : ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପକ୍ଷରୁ ଚାଷ ଜମିର କ୍ଷତିପୂରଣ ବାବଦରେ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତାଳଚେର ବ୍ଲକ୍ ସନ୍ଥପଡ଼ା ମୌଜାର ୭୨ ଏକର ଚାଷ ଜମି ଥର୍ମାଲ୍ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବା ସହ ଫସଲ ହାନି ଘଟିଥିଲା । ଏଥିଯୋଗୁଁ ଗ୍ରାମବାସୀ କ୍ଷତିପୂରଣ ଦାବିରେ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଉଦ୍ୟମକ୍ରମେ ଏନ୍‌ଟିପିସି କ୍ଷତିପୂରଣ ବାବଦରେ ୯୦ ଲକ୍ଷ ୬୮ ହଜାର ୯୨୧ ଟଙ୍କାର ଏକ ଡ୍ରାଫ୍ଟ ତାଳଚେର ତହସିଲଦାରଙ୍କୁ ପ୍ରଦାନ କରିଥିବା ଜଣାଯାଇଛି । ଏହି କ୍ଷତିପୂରଣ ବାବଦରେ ଥର୍ମାଲ୍ ଜିଜିଏମ୍ ଡିଏନ୍ ତିୱାରୀ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଥିବା ଜଣାଯାଇଛି।

Leave A Reply

Your email address will not be published.