ଅନୁଗୁଳ: କୋଭିଡ ନିୟମ ପାଳନ ନ କରିବା ଅଭିଯୋଗରେ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପୁଲିସ | ସୋମବାର ଏହି ଦୋକାନରେ ପ୍ରବଳ ଭିଡ ହୋଇଥିଲାବେଳେ ଲୋକମାନେ ମାସ୍କ ପିନ୍ଧି ନଥିଲେ। ସେହିପରି ସାମାଜିକ ଦୂରତା ରକ୍ଷା ମଧ୍ୟ ହୋଇ ନ ଥିଲା । ପୁଲିସ ଏହା ଜାଣିବା ପରେ ଚଢଉ କରି ଦୋକାନ ସିଲ୍ କରି ଦେଇଛି। ସେହିପରି ଅନୁଗୁଳ ଉପଖଣ୍ଡରେ କୋଭିଡ ନିୟମ ଭଙ୍ଗ କରୁଥିବା ଲୋକଙ୍କ ପାଖରୁ ୪୫ ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଛି। ଲକଡାଉନ୍ ପୂର୍ବରୁ ମଙ୍ଗଳବାର ଶେଷ ଦିନ ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ଆଜି ଚଢଉ ଜୋରଦାର କରିବାକୁ ପୁଲିସ ଓ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ସିଲ୍ ହେଲା ମୋଦି କଲେକ୍ସନ
- Post published:May 4, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
You Might Also Like
ପିତାଙ୍କ ମୃତ୍ୟୁ ପରେ ଚାକିରି ପାଇବା ନିମନ୍ତେ ମା’ ଓ ପୁଅଙ୍କ ଅନଶନ: ଭୁଲ ସ୍ୱାସ୍ଥ୍ୟ ରିପୋର୍ଟ ଦେଖାଇ ଅଯୋଗ୍ୟ ଘୋଷଣା କରିଥିଲା ମେଡିକାଲ ବୋର୍ଡ
ଆଠମଲ୍ଲିକ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି: ଦାଖଲ ହେଲା ୭୭ ଟି ଅଭିଯୋଗ





