ଅନୁଗୁଳ ମହୋତ୍ସବର ଦ୍ୱିତୀୟ ଦିନ: ଆଜି ସାତ ସୁରରେ ଭିଜାଇବେ ବଲିଉଡ୍‌ କଣ୍ଠଶିଳ୍ପୀ ସଚେତ୍‌ ଓ ପରମ୍ପରା

ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାକୁ ମନ ଭରି ଉପଭୋଗ କରୁଛନ୍ତି ଅନୁଗୁଳବାସୀ

0

ଅନୁଗୁଳ: ଆଜି ଅନୁଗୁଳ ମହୋତ୍ସବର ଦ୍ୱିତୀୟ ଦିନ। କାଲି ଭଳି ଆଜି ପାଇଁ ବି ବେଶ୍‌ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ। ଗତକାଲି ଷ୍ଟେବିନ୍‌ ବେନ୍‌ଙ୍କ ସଙ୍ଗୀତର ତାଳେ ତାଳେ ଝୁମିଥିବା ଦର୍ଶକେ ଆଜି ପୁଣି ଭିଜିବେ ସଚେତ୍‌ ଓ ପରମ୍ପରାଙ୍କ ଧୁନ୍‌ରେ। ଆଜି ସନ୍ଧ୍ୟାରେ ସାତ ସୁରରେ ଦର୍ଶକଙ୍କୁ ହଜାଇବାକୁ ଆସୁଛନ୍ତି ବଲିଉଡ୍‌ କଣ୍ଠ ଶିଳ୍ପୀ ସଚେତ୍‌ ଓ ପରମ୍ପରା।

ସୋସିଆଲ ମିଡିଆରେ ନିଜ ଯୁଗଳବନ୍ଦୀ ଯୋଗୁ ଫ୍ୟାନ୍‌ଙ୍କୁ ମତୁଆଲା କରୁଥିବା ଏହି ଯୋଡ଼ି ଆଜି ଅନୁଗୁଳ ବାସୀଙ୍କୁ ନିଜ ସୁରରେ ହଜାଇବେ। ଆଜିର ସନ୍ଧ୍ୟାକୁ ଆହୁରି ରଙ୍ଗୀନ୍‌ କରିବାକୁ ଆସୁଛନ୍ତି ଓଲିଉଡ୍‌ର ଗାୟକ ଆଶୁତୋଷ ମହାନ୍ତି। ଆଶୁତୋଷଙ୍କ ମନ ଛୁଆଁ ଗୀତ ଶୁଣିବାକୁ ଅପେକ୍ଷା କରି ବସିଛନ୍ତି ଅନୁଗୁଳ ବାସୀ। ସେହିପରି ଆଜି ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି ଷ୍ଟାଣ୍ଡ୍‌ ଅପ୍‌ କମେଡିଆନ୍‌ ରୋହିତ୍‌। ଲୋକଙ୍କୁ ଆଜି ହସେଇ ହସେଇ ବେଦମ୍‌ କରିବାକୁ ରୋହିତ ବି ପୂରା ପ୍ରସ୍ତୁତ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଅନୁଗୁଳ ମହୋତ୍ସବ। ଏହି ତିନିଦିନିଆ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଏହି ମହୋତ୍ସବ ସହ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା। ଗତ ୨ ବର୍ଷ ହେଲାଣି ବାହାରେ ଖୋଲାଖୋଲି ବୁଲିପାରୁନଥିବା ସହରର ଲୋକ ଏ ଅବସରରେ ମନ ଭରି ବୁଲିଥିବା ଦେଖିବାକୁ ମିଳିଛି। ଲୋକମାନେ ପଲ୍ଲୀଶ୍ରୀ ମେଳାରେ ମନ ଇଚ୍ଛା କିଣାକିଣି କରିବା ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଇବାର ମଜା ନେଇଛନ୍ତି। ମହୋତ୍ସବ ୩ ଦିନରେ ସରୁଥିଲେ ମଧ୍ୟ ମେଳା ୫ ଦିନ ଚାଲିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.

error: Content is protected !!