ଅନୁଗୁଳ : ଅନୁଗୁଳ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏ ଅବସରରେ ଆଜି ଅନୁଗୁଳ ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ମହିଳା ସ୍ୱାଧୀନତା ସଂଗ୍ରାମୀ ମାଳତି ଚୌଧୁରୀଙ୍କ ଆଶ୍ରମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
ଶୁକ୍ରବାର ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଅନୁଗୁଳ କଲେଜ ଛକ ଠାରୁ ମାଳତି ଚୌଧୁରୀଙ୍କ ଆଶ୍ରମ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରାରେ ଆସିଥିଲେ। ସେଠାରେ ମାଳତି ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ରୋଜାଲିନ ଦାସ, ବରିଷ୍ଠ ନେତା ଦିଲ୍ଲୀପ କୁମାର ପ୍ରଧାନ, ନମିତା ଦଳ ବେହେରା, ସରିତା ମିଶ୍ର, ଶୁଚିସ୍ମିତା ତ୍ରିପାଠୀ, ମାଧବୀ ମହାପାତ୍ର, ମଞ୍ଜୁଲତା ସାହୁ, ଲିଜାରାଣୀ ବେହେରା, କଳ୍ପନା ଦଳ ବେହେରା, ସୁଜାତା ପୋଲାର, ସ୍ନେହଲତା ମହାରଣା, ତିଳୋତ୍ତମା ସାମନ୍ତ, ଜାନକୀ ସାହୁ, ଗୌରୀ ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।