ଚନ୍ଦ୍ରରେ ଚନ୍ଦ୍ର ଯାନ-୩ ଉତ୍ସବ ମନାଇଲେ ବିଜେପି ଯୁବନେତା

You are currently viewing ଚନ୍ଦ୍ରରେ ଚନ୍ଦ୍ର ଯାନ-୩ ଉତ୍ସବ ମନାଇଲେ ବିଜେପି ଯୁବନେତା

ଅନୁଗୁଳ: ଗତ କାଲି ସନ୍ଧ୍ୟାରେ ଭାରତର ମହାକାଶ ଯାନ ଚନ୍ଦ୍ର ଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୂରେ ପହଞ୍ଚିବା ପରେ ଦେଶ ବ୍ୟାପି ଆନନ୍ଦ ଉତ୍ସବ ମନାଇଥିଲେ ଜନତା।ସେହିଭଳି ଗତକାଲି ସନ୍ଧ୍ୟାରେ ବିଜେପି ଯୁବ ନେତା ତଥା ମୁଖପାତ୍ର ସୌମ୍ୟ ରଂଜନ ସାହୁଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମକର୍ତ୍ତା ଓ ବନ୍ଧୁମାନେ ଅନୁଗୋଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଉତ୍ସବ ମନାଇ ଥିଲେ।ସେମାନେ ହାତରେ ଜାତୀୟ ପତାକା ଧରି ଇସ୍ରୋ ଜିନ୍ଦାବାଦ,ଭାରତ ମାତା କି ଜୟ ଆଦି ଧ୍ୱନିଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୁଳ କଲେଜର ପୂର୍ବତନ ସଭାପତି ଅସିତ୍ ସାହୁ,ପୁରୁଷୋତ୍ତମ ନାୟକ,ସମୀର ପରିଡ଼ା,ସଚିନ ବିଶ୍ବାଳ,ଦିବ୍ୟକୃଷ୍ଣ ପ୍ରଧାନ,ଆଶିଷ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ ।

Share

Leave a Reply