ବିଜେପିର ବୃହତ୍‌ ବିଜୟ, ଧନ୍ୟବାଦ ଜଣାଇଲେ ଅନୁଗୁଳ ଜିଲ୍ଲା ବିଜେପିର ସଦସ୍ୟ

You are currently viewing ବିଜେପିର ବୃହତ୍‌ ବିଜୟ, ଧନ୍ୟବାଦ ଜଣାଇଲେ ଅନୁଗୁଳ ଜିଲ୍ଲା ବିଜେପିର ସଦସ୍ୟ

ଅନୁଗୁଳ : ପ୍ରକାଶ ପାଇଛି ବିହାର ନିର୍ବାଚନ ଫଳ। ନିର୍ବାଚନରେ ଦୁଇ ତୃତୀୟାଂଶ ଆସନରେ ବିଜୟୀ ହୋଇଛି ବିଜେପି ତଥା ଏନ୍‌ଡିଏ। ବିହାର ନିର୍ବାଚନ ପରିଚାଳନା ଦାୟିତ୍ୱ ତଥା ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଫଳ ରଣନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଅନୁଗୁଳ ଜିଲ୍ଲା ବିଜେପି କହିଛି। ବିଜେପିର ସଙ୍କଟ ମୋଚନ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ବିହାର ନିର୍ବାଚନ ପରିଚାଳନା କରି ବିଜେପିକୁ ବିଜୟୀ କରିଛନ୍ତି। ସେହିପରି ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ରାଜୁ ଢୋଲକିଆ ବହୁ ସଂଖ୍ୟାରେ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଧନ୍ୟବାଦ ଦିଆଯାଇଛି।

ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜୋନାଲ ମିଡିଆସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ମୁଖ୍ୟମନ୍ତ୍ରୀ ଓ ବିଜେପି ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share

Leave a Reply