ଅନୁଗୁଳ : ଅନୁଗୁଳ ବ୍ଲକ୍ ଛେଳିଆପଡା ଠାରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ଖଲାରୀ ମଣ୍ଡଳରେ ବିଜେପି କାର୍ଯ୍ୟ କାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ଆଲୋଚନା, ମଣ୍ଡଳ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ଓ ମଣ୍ଡଳର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରଯାଇଥିଲା। ଖଲାରୀ ମଣ୍ଡଳ ସଭାପତି ଲୋଚନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀ ପ୍ରଧାନ ଅନୁଗୋଳ ଜିଲ୍ଲାର ଖଲାରୀ ମଣ୍ଡଳରେ ଜଳ ସେଚନ ଅଭାବ ଯୋଗୁଁ ଉପୁଜିଥିବା ମରୁଡି ଜନିତ ସମସ୍ୟା ସମ୍ପର୍କରେ ଆଲୋଚନାକରି ଉଦବେଗ ପ୍ରକାଶ କରିଥିଲେ। ଖଲାରୀ ମଣ୍ଡଳକୁ ମରୁଡି ଅଞ୍ଚଳ ଭାବେ ଘୋଷଣା କରି କୃଷକ ମାନଙ୍କୁ କ୍ଷତି ପୂରଣ ଦେବା ପାଇଁ ଦୃଢ ଦାବି କରିଥିଲେ। ଖଲାରୀ ମଣ୍ଡଳରେ ବିଜେପିର ସଙ୍ଗଠନକୁ ସୁଦୃଢ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ବିଜୟୀ ହେବ ସେ ସମ୍ପର୍କରେ କର୍ମକର୍ତ୍ତା ମାନଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ। ଏହି ବୈଠକରେ କାଙ୍ଗୁଲା-ବେନ୍ତପୁର ପଞ୍ଚାୟତର ବିଜେଡି ନେତା ପ୍ରହଲ୍ଲାଦ ସାହୁ, ଶିଶିର ମହାରଣା ଓ ମଣ୍ଡଳର ବିଭିନ୍ନ ପଞ୍ଚାୟତରୁ ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ପ୍ରଭାରି ଅଭୟ ରାୟ, ଜିଲ୍ଲା ଉପ-ସଭାପତି ଅମିୟ ତ୍ରୀପାଠୀ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ରଞ୍ଜନ କୁମାର ସାହୁ, ପ୍ରିୟବ୍ରତ ପାଗଳ, ଖଲାରୀ ସରପଞ୍ଚ କନ୍ଦର୍ପ ମହାରଣା, ଛେଳିଆପଡା ସରପଞ୍ଚ ଝରଣା ମହାଳିକ, ମଣ୍ଡଳ ବିଜେପି ନେତା ଶିଶିର ମହାପାତ୍ର, ହେମକାନ୍ତି ରଥ, ଲାଲବାହାଦୁର ଗଡନାୟକ, ଅଜୟ ସାହୁ, କୁମୁଦ ସାହୁ, ଅକ୍ଷୟ ପ୍ରଧାନଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ବିଜେପି ଖଲାରୀ ମଣ୍ଡଳର କାର୍ଯ୍ୟ କାରିଣୀ ବୈଠକ
- Post published:September 6, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik


