ରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କ ସତ୍ୟାଗ୍ରହ ଆନ୍ଦୋଳନକୁ ବିଜେପିର ସମର୍ଥନ

You are currently viewing ରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କ ସତ୍ୟାଗ୍ରହ ଆନ୍ଦୋଳନକୁ ବିଜେପିର ସମର୍ଥନ

ପାଳଲହଡ଼ା : ପାଳଲହଡ଼ା ବୁଡ଼ି କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ରାଜ୍ଯ ସରକାର ଅବହେଳା କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି। ୨୫୬ଟି ଗାଁ ରେଙ୍ଗାଳୀରେ ବୁଡ଼ି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା କ୍ଷତି ପୂରଣ ପାଇ ପାରିଲେ ନାହିଁ। ୨୦୧୦ ରେ ହୋଇଥିବା ନିଷ୍ପତ୍ତି ଏବେ ଯାଏଁ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଏହାର ପ୍ରତିବାଦରେ ଡିମିରିଆରେ ବିଧାନସଭା ପ୍ରଭାରୀ ବିଜୟ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଜେପି ସମ୍ପୂର୍ଣ୍ଣ ସମର୍ଥନ କରିବ ବୋଲି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଲୋକସଭା ପ୍ରଭାରୀ ଅମୃତ ସ୍ଵାଇଁ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ବରିଷ୍ଠ ନେତା ଉପସଭାପତି ଲିଙ୍ଗରାଜ ଦାସ, ଚନ୍ଦନ ସ୍ଵରାଜ, ତନ୍ମୟ ସାହୁ, ଗୌର ଚନ୍ଦ୍ର ପ୍ରଧାନ, ଧର୍ମେନ୍ଦ୍ର ସାହୁ, ନୃସିଂହ ବରାଳ, ଧ୍ରୁବ ଚରଣ ସ୍ଵାଇଁ, ପ୍ରହ୍ଲାଦ ସାମଲ, ତ୍ରିପୁରାରି ପ୍ରଧାନ, ଶୋଭା ଗିନି ପ୍ରଧାନ, ସୁମନ୍ତ ପ୍ରଧାନ, ଧ୍ରୁବଚରଣ ଧିର, ହରେକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply