ତାଳଚେର: ମେଡିକାଲ୍ କଲେଜକୁ ସରକାର ଶୀଘ୍ର କାର୍ଯ୍ୟକ୍ଷମ କରିବା ଦାବିରେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ବୁଧବାର ସ୍ଥାନୀୟ ଚିତ୍ରକୂଟ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ମେଡିକାଲ କଲେଜ ଅତିଶୀଘ୍ର କାର୍ଯ୍ୟକ୍ଷମ ନ ହେଲେ କମିଟି ଜୁଲାଇ ୪ ରେ ଜେଲ୍ ଯାଇଥିବା ଆନ୍ଦୋଳନକାରୀଙ୍କ ଏକ ମାସ ପୂରଣ ଉପଲକ୍ଷେ ଆସନ୍ତା ଅଗଷ୍ଟ ୪ କୁ କଳା ଦିବସ ରୂପେ ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ଅଗଷ୍ଟ ୯ କ୍ରାନ୍ତି ଦିବସକୁ ତାଳଚେର ଉପଖଣ୍ଡରେ ପ୍ରଚାର ଅଭିଯାନ କରି ଅଗଷ୍ଟ ୧୭ ତାରିଖ ଦିନ ଉପଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଗଣବିକ୍ଷୋଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଆବାହକ ପଦ୍ମ ଚରଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ, ପ୍ରେସ୍ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ବସ୍ ମାଲିକ ସଂଘର ସଭାପତି ଶ୍ରୀକାନ୍ତ ପାଣି, ମାନସୀ ସ୍ୱାଇଁ, ଭିକାରୀ ପ୍ରଧାନ, ଭୂପେନ୍ ଥମ୍ବ, ରଂଜିତ୍ ମହାପାତ୍ର, ଗଗନ ଦାସ, ସୁକାନ୍ତ ଦାସ, ପ୍ରେମାନନ୍ଦ ମହାନ୍ତି, ପ୍ରହ୍ଲାଦ ଚନ୍ଦ୍ର ସାହୁ, ଅଭୟ ପାଣି, ବଳରାମ କୁଣ୍ଡ, ବାପି ମହାନ୍ତି, ଜିତେନ୍ଦ୍ର ଦାସ, କାଉନ୍ସିଲର ସନ୍ତୋଷ ବେହେରା, ହିମାଂଶୁ ଗଡନାୟକ, ସୋଭାଗିନୀ ଦାସ, ଜମ୍ବେଶ୍ୱର ପଟ୍ଟନାୟକ, ସଂଗ୍ରାମ କୁଅଁର, ପ୍ରଦୀପ ମହାରଣା, ଜେମାମଣି ନାଏକ, ଶଙ୍କର୍ଷଣ ସାହୁ, କିଶୋର ଚନ୍ଦ୍ର ସାହୁ, ଟିହିଲୁ ଖୁଣ୍ଟିଆ, କୈଳାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ।