ବ୍ଲିଚିଂ ପାଉଡର ଏବଂ ଷ୍ଟ୍ରିଟ୍ ଲାଇଟ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ

You are currently viewing ବ୍ଲିଚିଂ ପାଉଡର ଏବଂ ଷ୍ଟ୍ରିଟ୍ ଲାଇଟ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ

ଅନୁଗୁଳ: ନାନା ସମସ୍ୟା ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତର ୪ ନମ୍ବର ୱାର୍ଡବାସୀ।

ସେମାନଙ୍କ ଅଭିଯୋଗ ମୁତାବକ, ତାଙ୍କ ଅଞ୍ଚଳରେ ବ୍ଲିଚିଂ ପାଉଡର ଏବଂ ଷ୍ଟ୍ରିଟ୍ ଲାଇଟର ସମସ୍ୟା ଦେଖାଦେଉଛି। ବ୍ଲିଚିଂ ପାଉଡରର ଅଭାବ ଯୋଗୁଁ ରାସ୍ତା ସଫା ହୋଇପାରୁନଥିବା ବେଳେ ଷ୍ଟ୍ରିଟ୍ ଲାଇଟ ନଥିବାରୁ ରାତିରେ ଯିବା ଆସିବା ବେଳେ ଭାରି ସମସ୍ୟା ହେଉଛି। ଏହାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବାରୁ ବାଧ୍ୟ ହୋଇ ଆଜି ସେମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଜଣାଯାଇଛି। ତେବେ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Share

Leave a Reply