ଅନୁଗୁଳରେ ବନ୍ୟା ପରିସ୍ଥିତି ସାଂଘାତିକ, ଏବେ ବି ଜଳବନ୍ଦୀ ଅଛନ୍ତି ଶତାଧିକ ପରିବାର

You are currently viewing ଅନୁଗୁଳରେ ବନ୍ୟା ପରିସ୍ଥିତି ସାଂଘାତିକ, ଏବେ ବି ଜଳବନ୍ଦୀ ଅଛନ୍ତି ଶତାଧିକ ପରିବାର

ଅନୁଗୁଳ: ଲଗାଣ ବର୍ଷା ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଅନୁଗୁଳ ଜିଲ୍ଲାରେ ମଧ୍ୟ ସ୍ଥିତି ସମାନ ରହିଛି। ଅନୁଗୁଳ ବ୍ଲକ ଓ ଆଠମଲ୍ଲିକ ବ୍ଲକର ଅନେକ ପଞ୍ଚାୟତ ଏବେ ପାଣି ଘେରରେ। ବନ୍ୟା ପ୍ରଭାବିତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ଇତି ମଧ୍ୟରେ ସ୍ଥାନୀୟ ସାତକୋଶିଆ ଅଭୟାରଣ୍ୟ ଟିକରପଡା ପଞ୍ଚାୟତ ଟିକରପଡା ଗାଁର ୨୦୨ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଇଁନଦୀ, ବେହାର ସାହି, ଅଣାଖଳି ଆଦି ଗାଁ ଲୋକେ ଏବେବି ଜଳ ବନ୍ଦୀ ଅଛନ୍ତି। ସେହିପରି ଆଠମଲ୍ଲିକ କୁଦଗାଁ ପଞ୍ଚାୟତର ଅଧିକାଂଶ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଥିବା ଜଣାପଡିଛି। ଏଣୁ ସେଠାରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବା ପାଇଁ ଏନଡିଆରଏଫ ଟିମ ପହଞ୍ଚି ଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ।

ଅନ୍ୟପଟେ ବନ୍ୟା ପାଣି ଦେଖିବାକୁ ଯାଉଥିବା ଲୋକଙ୍କୁ ଅଟକାଇବା ପାଇଁ ପ୍ରଶାସନ ପକ୍ଷରୁ ଉଭୟ ପମ୍ପାସର ଓ ଜଗନ୍ନାଥପୁର ଫରେଷ୍ଟ ଗେଟରେ ତନଖି କଡ଼ାକଡ଼ି କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Share

Leave a Reply