ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟିକରପଡାର ପର୍ଯ୍ୟଟନ କ୍ୟାମ୍ପରେ କାର୍ଯ୍ୟ କରୁଥିବା ଜଣେ ଯୁବକର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ଝଡ଼ାଫୁଙ୍କା କରି ସମୟ ଗଡ଼ାଇ ଥିବାରୁ ଏହି ମୃତ୍ୟୁ ହେଲା ବୋଲି ଡ଼ାକ୍ତର କହିଛନ୍ତି। ସୂଚନା ଯେ, ଟିକରପଡ଼ାର ଅରୁଣ ବେହେରାଙ୍କ ପୁଅ ଅଶୋକ ବେହେରାଙ୍କୁ ଶନିବାର ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ କାମୁଡି ଥିଲା। ପରିବାର ଲୋକେ ତୁରନ୍ତ ଡାକ୍ତରଖାନା ନ’ ଆଣି ଝଡ଼ାଫୁଙ୍କା କରିଥିଲେ। ରବିବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହେବରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା। ସୋମବାର ଅନୁଗୁଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
କାମ ଦେଲାନି ଝଡାଫୁଙ୍କା,ସାପ କାମୁଡ଼ାରେ ଯୁବକର ଜୀବନ ଗଲା
- Post published:May 16, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul