କିଶୋରନଗରରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା, ଚାଷୀଙ୍କ ବିକାଶ ଉପରେ ଗୁରୁତ୍ୱ

You are currently viewing କିଶୋରନଗରରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା, ଚାଷୀଙ୍କ ବିକାଶ ଉପରେ ଗୁରୁତ୍ୱ

ବଇଣ୍ଡା: ମଙ୍ଗଳବାର ଦିନ କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି।

ଆଠମଲ୍ଲିକ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ରଞ୍ଜନ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ବବିତା ପ୍ରଧାନ, ଅନ୍ୟତମ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଶୈରେନ୍ଦ୍ରି ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ବିଷ୍ଣୁପ୍ରିୟା ପ୍ରଧାନ, ଅନୁପମା ପ୍ରଧାନ, ଆତ୍ମାର ଅଧ୍ୟକ୍ଷ ତପନ କୁମାର ସାହୁ, ବିଧାୟକଙ୍କ ପ୍ରତିନିଧି କାଳନ୍ଦୀ ଚରଣ ପ୍ରଧାନ ଯୋଗ ଦେଇ ଚାଷୀଙ୍କ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏଥିରେ ଆଖ ପାଖ ଅଞ୍ଚଳରୁ ଚାଷୀମାନେ ଯୋଗ ଦେଇଥିବା ବେଳେ ଅନେକ ପଞ୍ଚାୟତରୁ ଚାଷୀଙ୍କ ଉପସ୍ଥିତିକୁ ନେଇ ଅତିଥିମାନେ ଖପ୍ପା ହୋଇଥିଲେ। ଅନ୍ୟପଟେ ଏହି କର୍ମଶାଳା ସମ୍ପର୍କରେ ପୂର୍ବରୁ ଚାଷୀଙ୍କୁ ସୂଚନା ଦିଆଯାଇନଥିବା କେତେକ ଚାଷୀ ଅଭିଯୋଗ କରିଛନ୍ତି।

Share

Leave a Reply