ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ପକ୍ଷରୁ ରକ୍ତଦାନ ଶିବିର, ରକ୍ତ ଦେଲେ ୭୫ ଜଣ

You are currently viewing ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ପକ୍ଷରୁ ରକ୍ତଦାନ ଶିବିର, ରକ୍ତ ଦେଲେ ୭୫ ଜଣ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କରବେରେଣୀ ଗ୍ରାମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ ୭୫ ଜଣ ରକ୍ତଦାନ କରିଥିଲେ।

ସୂଚନା ମୁତାବକ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ କରବେରେଣୀର ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ସେବା ଦଳ ଭାଇ ଭଉଣୀଙ୍କ ସହଯୋଗରେ ଏହି ରକ୍ତଦାନ ଶିବିର (ଅମୃତ ବିନ୍ଦୁ) ଆୟୋଜିତ ହୋଇଥିଲା। ଶିବିରରେ ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ଡ଼ ପାଟ୍ଟଯୋଶୀ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏ ଅବସରରେ ରକ୍ତଦାତାମାନଙ୍କୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା।

ଏଥିସହ ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି ପାଳନ ଅବସରରେ ପଣା ବଣ୍ଟନ କରାଯାଇଥିଲା। ସେବାଦଳ ଭାଇ ଭଉଣୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share

Leave a Reply