ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁ ବାଟିକା ପକ୍ଷରୁ ଆଧାରସ୍ତରୀୟ ମାତୃ କର୍ମଶାଳା, ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଛି। ବିଦ୍ୟାଳୟ ଉପସଭାପତି ପ୍ରକାଶ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଚେତନା ଶ୍ରୀ ସାହିତ୍ୟ ସଂସଦର ସମ୍ପାଦିକା ଗୀତାମୟୀ ମହାପାତ୍ର ମୁଖ୍ୟ ଅତିଥି ଓ ଅନୁଗୋଳ ଜିଲ୍ଲା ଶିଶୁ ବାଟିକା ପ୍ରମୁଖ ମମିତା ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଶିଶୁଙ୍କ ସର୍ବାଙ୍ଗୀଣ ବିକାଶରେ ମାଆଙ୍କ ଭୂମିକା ଏବଂ ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରରେ ଶିଶୁଙ୍କୁ ଗଢ଼ିତୋଳିବା ଉପରେ ଆଲୋଚନା ହୋଇଥିଲା। ଏଥିସହ ଶିଶୁଙ୍କ ଶାରୀରିକ, ମାନସିକ, ଭାଷା ଓ ଅଙ୍କ ଜ୍ଞାନ ବିକାଶ ପାଇଁ ବିଭିନ୍ନ କ୍ରିୟାକଳାପ କରାଯାଇଥିଲା। ସମ୍ପାଦକ ଅଖିଳ କୁମାର ମହାପାତ୍ର, ପଦ୍ମିନୀ ବେହେରାଙ୍କ ସମେତ ବିଦ୍ୟାଳୟର ଗୁରୁଜୀ-ଗୁରୁମା ଓ ଅଭିଭାବକମାନେ ଉପସ୍ଥିତ ଥିଲେ।
ବଅଁରପାଳ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା
- Post published:October 2, 2026
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau






