ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ

You are currently viewing ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ

ଅନୁଗୋଳ: ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସକାଳ ୯ଟାରେ କଂଗ୍ରେସ ଭବନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ବକ୍ତାମାନେ କହିଥିଲେ, ଗାନ୍ଧୀଙ୍କ ଅହିଂସା ନୀତି ବିଶ୍ୱକୁ ଶାନ୍ତି ଓ ମୈତ୍ରୀର ବାର୍ତା ଦେଇଛି। ତାଙ୍କ ଜୟନ୍ତୀ ଆନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳିତ ହେଉଛି। ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିଷାନ’ ସ୍ଲୋଗାନ ଆଜି ବି ପ୍ରାସଙ୍ଗିକ ବୋଲି ବକ୍ତାମାନେ କହିଥିଲେ।

ଏହି ଅବସରରେ ବୟୋଜ୍ୟେଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ମଧୁ ବେହେରାଙ୍କ ବିୟୋଗରେ ୨ ମିନିଟ୍ ନୀରବ ପ୍ରାର୍ଥନା ଓ ଅନୁଗୋଳର ପ୍ରଥମ ବିଧାୟକ ହୃଷୀକେଶ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଦେଶ କୃଷକ କଂଗ୍ରେସ ଉପାଧ୍ୟକ୍ଷ ଉମେଶ ସାହୁ, ମିଡିଆ ସେଲ ଅଧ୍ୟକ୍ଷ ଗୋପାଳ ନାଥ, ବରିଷ୍ଠ ନେତା ସୁଶୀଲ ପ୍ରଧାନ, ବ୍ଲକ ସଭାପତି ବିନୋଦ ମାଝୀ, ରାକେଶ ମିଶ୍ର, ନଗର ସଭାପତି ରଶ୍ମିରଞ୍ଜନ ସାହୁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Share

Leave a Reply