ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବଅଁରପାଳ ବ୍ଲକ ଅଧିନସ୍ଥ ତୁଳସିପାଳ ପଞ୍ଚାୟତର ବହୁ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।
ସ୍ଥାନୀୟ ମିଶ୍ରପଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶ ଧାରା ଓ ଅନୁଗୁଳ ବିଧାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ସେମାନେ ବିଜେପିରେ ଯୋଗ ଦେଇଥିବା କୁହାଯାଇଛି। ବିଧାୟକ ପ୍ରତାପ ପ୍ରଧାନ ନୂଆ ଯୋଗଦାନକାରୀଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୮ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡନାୟକ, ତୁଳସିପାଳ ପଞ୍ଚାୟତ ସଭାପତି ବସନ୍ତ ବିଶ୍ୱାଳ, ବିଜେପି ନେତା ମନୋଜ ସାହୁ, ନୀରଦ ସାହୁ, ସୁଜିତ ସାହୁ, ପ୍ରଦୀପ ସାମଲ, ଛବି ସେଠି ଏବଂ ବିଜେଡିର ଭଜମନ ମହାନ୍ତିଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ।
ଅନୁଗୁଳରେ ମିଶ୍ରଣ ପର୍ବ: ବହୁ ବିଜେଡି କର୍ମୀ ବିଜେପିରେ ସାମିଲ





