କିଶୋରନଗର ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ, ଅଂଶଗ୍ରହଣ କଲେ ୭୧ ପ୍ରତିଯୋଗୀ

You are currently viewing କିଶୋରନଗର ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ, ଅଂଶଗ୍ରହଣ କଲେ ୭୧ ପ୍ରତିଯୋଗୀ

ଅନୁଗୁଳ: କିଶୋରନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କିଶୋରନଗର ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଛି।

ଏଥିରେ ବ୍ଲକର ୨୪ ଟି ଉଚ୍ଚ ବିଦ୍ୟାଳୟର ୭୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବ୍ଲକ୍ ଶିକ୍ଷାଧିକାରୀ ଅରୁଣ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ବିହାରୀ ବେହେରା, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ପ୍ରଭୁଦତ୍ତ ହୋତା ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଜନ କୁମାର ସାହୁ ଓ କିଶୋରନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସାହୁ ଯୋଗ ଦେଇଥିଲେ।

କୁଇଜ ପ୍ରତିଯୋଗିତାରେ ବାମୁରସ୍ଥିତ ଯୁବଜ୍ୟୋତି ଉଚ୍ଚ ବିଦ୍ୟାଳୟର ଅଜିତ ସାହୁ ପ୍ରଥମ, ଲୁହାମୁଣ୍ଡା ମା’ ହିଙ୍ଗୁଳାଇ ଉଚ୍ଚ ବିଦ୍ୟାଳୟର ଉଦୟ ନାରାୟଣ ସାହୁ ଦ୍ୱିତୀୟ ଓ ନାକଚି ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟର ଦିବ୍ୟ ସ୍ୱରୂପ ପ୍ରଧାନ ତୃତୀୟ ସ୍ଥାନ ଗ୍ରହଣ କରି ପୁରସ୍କୃତ ହୋଇଥିଲେ।

ଶିକ୍ଷକ ସଂଗ୍ରାମ କେଶରୀ ପୃଷ୍ଟି ସଭା ସଂଯୋଜନା କରିଥିଲେ ଓ ଶିକ୍ଷକ ଭୈରବ କୁମାର ଦେହୁରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ସୁନୀଲ କୁମାର ନାୟକ, ଦୟାନିଧି ସାହୁ, ଫକୀର ସାହୁ, ରାଜେନ୍ଦ୍ର ଶବର ଓ ସତ୍ୟବ୍ରତ ସାହୁ କୁଇଜ୍ ପରିଚାଳନା କରିଥିଲେ।
ଶିକ୍ଷକ ବିନାୟକ ଦେହୁରୀ ଓ ଶିକ୍ଷକ ରଜନୀକାନ୍ତ ଦେହୁରୀ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share

Leave a Reply