ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବାଗଡିଆ ଉଚ୍ଚ ବିଦ୍ୟାଳୟରେ ଶନିବାର ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୨ଟି ଉଚ୍ଚ ବିଦ୍ୟାଳୟର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ବୁଜ ଗଡନାୟକ ଯୋଗ ଦେଇ ପ୍ରସଙ୍ଗ “କ୍ଵାଣ୍ଟମ ଯୁଗର ଆରମ୍ଭ – ସମ୍ଭାବନା ଓ ଆହ୍ୱାନ” ଉପରେ ଆଲୋଚନା କରିଥିଲେ।
ସହକାରୀ ଶିକ୍ଷକ ମହେଶ୍ଵର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ସାହୁ ଓ ଅନ୍ୟ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ବାଗଡିଆ ବିଦ୍ୟାଳୟର ଅଦ୍ୟାଶା ଆଚାର୍ଯ୍ୟ ପ୍ରଥମ ଓ ବୀଣାପାଣି ଉଚ୍ଚ ବିଦ୍ୟାଳୟର ମନସ୍ବିନୀ ମାଝୀ ଦ୍ଵିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ସେମିନାର ପାଇଁ ଚୟନ ହୋଇଥିଲେ।