ବ୍ଲକସ୍ତରୀୟ ଶିଶୁ ଉତ୍ସବ ପାଳିତ, ୨୦ ଜଣ ପ୍ରତିଯୋଗୀ ଚୟନିତ

You are currently viewing ବ୍ଲକସ୍ତରୀୟ ଶିଶୁ ଉତ୍ସବ ପାଳିତ, ୨୦ ଜଣ ପ୍ରତିଯୋଗୀ ଚୟନିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ହାଇସ୍କୁଲ ପରିସରରେ ଶନିବାର ବ୍ଲକସ୍ତରୀୟ ଶିଶୁ ଉତ୍ସବ ପାଳିତ ହୋଇଛି। ଏଥିରେ ବ୍ଲକର ୧୨ ଟି ହାଇସ୍କୁଲର ୭୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେଥିମଧ୍ୟରୁ ୨୦ ଜଣ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବକୁ ଚୟନ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବରାଜ ପ୍ରଧାନ ଯୋଗ ଦେଇ ପିଲାମାନଙ୍କର ପ୍ରତିଭାକୁ ନେଇ ପ୍ରଶଂସା କରିବା ସହ ସବୁ କଳାରେ ରୁଚି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଅନ୍ୟତମ ଅତିଥି ଭାବରେ ବ୍ଲକ ସଭାପତି ଚିଦାନନ୍ଦ ଦେହୁରୀ, ଉପ ସଭାପତି ଆପାଲୀ ପଲେଇ, ଅଜିତ କୁମାର ସାହୁ, ସୁବଳ କୁମାର ପ୍ରଧାନ, ସଞ୍ଜୟ ମାଝୀ, ଠାକୁରଗଡ଼ ହାଇସ୍କୁଲର ଶିକ୍ଷୟିତ୍ରୀ ଚାରୁ ହାସିନୀ ସାହୁ, ରଶ୍ମିତା ପ୍ରଧାନ, ଲୋପାମୁଦ୍ରା କଅଁର, ବର୍ଷାରାଣୀ ସିଂ, ଅନିଲ ମେହେର, ସନ୍ତୋଷ କୁମାର ପାଣିଗ୍ରାହୀ, ତପନ କୁମାର ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ। କମଳ ଲୋଚନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply