ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଲୁହାମୁଣ୍ଡା ହାଇସ୍କୁଲ ପରିସରରେ ସୋମବାର ଦିନ ବ୍ଲକ ସ୍ତରୀୟ ପ୍ରୟୋଗ ଶିକ୍ଷକଙ୍କ ତାଲିମ ଶିବିର ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମକୁ କିଶୋରନଗର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୁଜନ କୁମାର ସାହୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବରେ ଲୁହାମୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ସିଆରସିସି ଶରତ ଚନ୍ଦ୍ର ସେଠୀ, ପ୍ରତାପ କୁମାର ପ୍ରଧାନ, ରଞ୍ଜନ କୁମାର ବିଶ୍ବାଳ, ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ଗଣିତ, ଭାଷା ଓ ସଂଖ୍ୟା ଜ୍ଞାନ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ।
ଏଥିରେ ହଣ୍ଡପା, ବିଲେଇନାଳୀ, ଖଣ୍ଡବର, କିଶୋରଗଞ୍ଜ, କଣ୍ଟେଇକୋଳିଆ କ୍ଲଷ୍ଟରର ୫୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।











