ରକ୍ତଦାନ ଶିବିର: ୧୮୦ ୟୁନିଟ୍ ରକ୍ତ ସଂଗ୍ରହ

You are currently viewing ରକ୍ତଦାନ ଶିବିର: ୧୮୦ ୟୁନିଟ୍ ରକ୍ତ ସଂଗ୍ରହ

ଅନୁଗୁଳ: ସ୍ଥାନୀୟ ନାଲକୋ ନଗର ଶ୍ରୀ ସତ୍ୟ ସାଇ ମନ୍ଦିର ପରିସରରେ ଆଜି ଗ୍ରୀଷ୍ମକାଳୀନ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଆୟୋଜିତ ଶିବିରରେ ଆବାହକ ଜି.ପ୍ରକାଶ, ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ସତ୍ୟସାଇ ଦାସ, ଜିଲ୍ଲା ଯୁବ ସଂଯୋଜକ ମନୋରଞ୍ଜନ ପରିଡ଼ା ଓ ସୁଦର୍ଶନ ସେଠୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ଦାନ ଶିବିର ସକାଳ ୮ ଟାରୁ ଅପରାହ୍ନ ୨ଟା ଯାଏଁ ଚାଲିଥିଲା। ଆଜିର ଶିବିରରେ ୧୮୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।

Share

Leave a Reply