ପ୍ରାଚୀନ ଲୋକନୃତ୍ୟ ସଂଘର କାର୍ଯ୍ୟକର୍ତା ଚୟନ

You are currently viewing ପ୍ରାଚୀନ ଲୋକନୃତ୍ୟ ସଂଘର କାର୍ଯ୍ୟକର୍ତା ଚୟନ

ଅନୁଗୁଳ: ପ୍ରାଚୀନ ଲୋକନୃତ୍ୟ ସଂଘର କାର୍ଯ୍ୟକର୍ତା ଚୟନ ଗୁରୁବାର ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ଆନନ୍ଦ ବଜାର ଗୋକୁଳ ମାର୍କେଟ ସ୍ଥିତ ‘ଦ ହୁଇଲ’ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ନୂତନ ସଭାପତି ଭାବେ ମନୋରଞ୍ଜନ ଦାସ,ଉପସଭାପତି ଭାବେ ନିରଞ୍ଜନ ସାମଲ,କାର୍ଯ୍ୟକାରୀ ସଭାପତି ଭାବେ ମୋହନ ସାହୁ,ନିରଞ୍ଜନ ସାହୁ,ସାଧାରଣ ସମ୍ପାଦକ ଭାବେ ସୈାଭାଗ୍ୟ ଚନ୍ଦ୍ର ନାୟକ,ସହ ସମ୍ପାଦକ ଭାବେ ସିପୁନା ସାହୁ,କାର୍ଯ୍ୟାଳୟ ସମ୍ପାଦକ ଭାବେ ପ୍ରଦୀପ ଭୁତିଆ ଅର୍ଗାନାଇଜ ସମ୍ପାଦକ ଭାବେ ନୀଳମାଧବ ଶତପଥୀ,କାର୍ଯ୍ୟକାରୀ ସଦସ୍ୟ ଭାବେ ଦିନାନାଥ ସା,ଆୟୁଷ କୁମାର ନାଥ ମନୋନୀତ ହୋଇଥିଲେ । ସେହିଭଳି ସଂଘର ପରାମର୍ଶଦାତା ଭାବେ ସମାଜସେବୀ ବିଭୁତି ସାହୁ,ରାଜ କିଶୋର ବେହେରାଙ୍କୁ ମନୋନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିତେନ ରଥ,ବାବୁଲା ସାମଲ,କୋଷାଧ୍ୟକ୍ଷ ଭାବେ ହେମନ୍ତ ଦେହୁରୀ, ଉମାଶଙ୍କର ଜେନା,ମନୋଜ ବାରିକ,ମାନସ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ନୂତନଭାବେ ଚୟନ ହୋଇଥିବା କାର୍ଯ୍ୟକର୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Share

Leave a Reply