ଅନୁଗୁଳ: ଅନଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ତୈଳଚର ସାଙ୍ଗଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସ୍ଥାନୀୟ ବୁଢ଼ୀ ଠାକୁରାଣୀ ମନ୍ଦିରଠାରୁ କରୋନା କଟକଣାକୁ ଆଖି ଆଗରେ ରଖି ଏକ ଶୋଭାଯାତ୍ରା ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଶଗଡ଼ ଗାଡ଼ି ଓ ସାଇକେଲ ଯୋଗେ ଘଣ୍ଟ ବାଡେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଆସି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ! କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ ଟିକସ୍ ବୃଦ୍ଧି ହିଁ ଦରବୃଦ୍ଧିର ମୂଳ କାରଣ ହୋଇଥିବା ବେଳେ ବିଭିନ୍ନ ମିଥ୍ୟା ପ୍ରଳାପ ଜନ ସାଧାରଣଙ୍କୁ ଶୁଣାଉଥିବା ବିକ୍ଷୋଭକାରୀ ମାନେ ଅଭିଯୋଗ କରୁଥିଲେ । ପେଟ୍ରୋଲ, ଡିଜେଲର ଦର ବୃଦ୍ଧି ହୋଇଥିବା ବେଳେ ରୋଷେଇ ଗ୍ୟାସ୍, ଖାଇବା, ତେଲ, ଡାଲି, ପନିପରିବା ଭଳି ବହୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି କରୋନା ମହାମାରୀ ସମୟରେ ଜନ ସାଧାରଣଙ୍କୁ ଘୋର ବିଧିଛି । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜିତେନ୍ଦ୍ର ସାହୁ, ଧର୍ମେନ୍ଦ୍ର ମିଶ୍ର, ଗୋପାଳ ନାଥ, ବିଜନ ବେହେରା, ଅମୂଲ୍ୟ ବେହେରା,ସୁଦୀପ ମିଶ୍ର, ସୁରେଶ ବେହେରା, ତପନ ପ୍ରଧାନ, ସନ୍ତୋଷ ପଟ୍ଟନାୟକ, ସୁଶିଲ ପ୍ରଧାନ,ରଂଜନ ଦାଶ, ନିଳକଣ୍ଠ ନାଏକ, ସତ୍ୟଜିତ ସାହୁ, ପ୍ରଶାନ୍ତ ବିଶ୍ବାଳ, ବଲବୀର ସଂହ, ସରୋଜ ପ୍ରଧାଳ, ଆଲୋକ ଦାଶ ପ୍ରମୁଖ ବହୁ କଂଗ୍ରେସ ନେତା ଭକ୍ତ ବିକ୍ଷୋଭ ଶୋଭାଯାତ୍ରାରେ ଯୋଗଦେଇଥିଲେ ।
ତୈଳଦର ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ବିରୋଧରେ କଂଗ୍ରେସର ବିକ୍ଷୋଭ
- Post published:July 10, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
