ଅନୁଗୁଳ : ଅନୁଗୁଳ ପୌରାଞ୍ଚଳ ଅମଲାପଡା ଜୟଦୁର୍ଗା ୟୁଥ କ୍ଲବ ପରିସରରେ ମଙ୍ଗଳବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିନାୟକ ୟୁଥ କ୍ଲବ ଓ ଓଡ଼ିଶା ମୋ ପରିବାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଅନୁଗୋଳ ଜିଲ୍ଲା ଓଡିଶା ମୋ ପରିବାର ସହ ସଂଯୋଜକ ପ୍ରିୟଦର୍ଶୀ ପଟ୍ଟନାୟକ, ଓଡିଶା କ୍ରିକେଟ ଆସୋସିଏସନ ଉପ-ସଭାପତି ଅକ୍ଷୟ ସାମନ୍ତ, ଯୁବ ନେତା ଅରୁଣାଭ ସିଂହ, ବଅଁରପାଳ ବ୍ଲକ ବିଜେଡି ସଭାପତି ବିଜୟ କୁମାର ନାଥ, ଅନୁଗୋଳ ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ,ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବିଜେଡି ଅତିରିକ୍ତ ପର୍ଯ୍ୟବେକ୍ଷକ ତପନ ତ୍ରିପାଠୀ, ରାଜ୍ୟ ଯୁବ ବିଜେଡି ଉପ-ସଭାପତି ସୁଜିତ ଦ୍ବିବେଦୀ, ଜିଲ୍ଲା ଯୁବ ବିଜେଡି ଉପ-ସଭାପତି ସରୋଜ ନାଏକ, ଦୀପକ ସାମନ୍ତ, ତାପସ ନାଏକ ଯୋଗଦେଇଥିଲେ। ମହାବିନାୟକ ୟୁଥ କ୍ଲବ ର ସଭାପତି ସଂଜୀବ ସିଂହ, ସଂପାଦକ ଶିବାନୀ ଶଙ୍କର ଗୌଡ଼, କୋଷାଧ୍ୟକ୍ଷ ବିକାଶ ସେଠ ଏବଂ ଅଜିତ ପ୍ରସାଦ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ସର୍ବମୋଟ ୮୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ରକ୍ତଦାନ ଶିବିର , ୮୧ ୟୁନିଟ ରକ୍ତ ସଂଗୃହୀତ
- Post published:October 19, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
