ମରାତିରାରେ ରକ୍ତଦାନ ଶିବିର: ୩୧ ୟୁନିଟ ରକ୍ତ ସଂଗୃହୀତ

You are currently viewing ମରାତିରାରେ ରକ୍ତଦାନ ଶିବିର: ୩୧ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ : ଆଜି ବଅଁରପାଳ ବ୍ଲକ ସାନ୍ତରାପୁର ପଞ୍ଚାୟତର ମରାତିରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ମରାତିରା ଗାଁର ଉତ୍କର୍ଷ ପରିବାର ଓ ବିଜୁ ଯୁବ ଜନତା ଦଳ ଦ୍ବାରା ଓଡିଶା ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

ଶିବିରରେ ମୁଖ୍ୟ ଅତିଥିଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଶିବିରକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ସାନ୍ତରାପୁର ସରପଞ୍ଚ ନବୀନ ବେହେରା, ସମିତି ସଭ୍ୟା ଦୈତାରୀ ମହାଳିକ ସାମିଲ ହୋଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉତ୍କର୍ଷ ପରିବାରର ସଭାପତି ଭୀଷ୍ମ ସାହୁ, ସମ୍ପାଦକ ସୁଜିତ କୁମାର ସାହୁ, ଉପସଭାପତି ମୋହନ ସାହୁ, ଭାସ୍କର ସାହୁ, କମଳକାନ୍ତ ସାହୁ, ଭକ୍ତ ଚନ୍ଦନସାହୁ , ଆକାଶ ସାହୁ, ସିପନ ସାହୁ, ପଙ୍କଜ ସାହୁ, ସାଗର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply