ନେତାଜୀ ଓ ସାଏଙ୍କ ଜୟନ୍ତୀ: ରକ୍ତଦାନ ଶିବିର ଆୟୋଜିତ, ୧୦୪ ୟୁନିଟ ରକ୍ତ ସଂଗୃହୀତ

You are currently viewing ନେତାଜୀ ଓ ସାଏଙ୍କ ଜୟନ୍ତୀ: ରକ୍ତଦାନ ଶିବିର ଆୟୋଜିତ, ୧୦୪ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତୁକୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଜ ସଂସ୍କାର କମିଟି ଆନୁକୂଲ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ବିଚିତ୍ରାନନ୍ଦ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଜିନ୍ଦଲ ସି. ଏସ. ଆର. ବିଭାଗୀୟ ମୁଖ୍ୟ ଜୟନ୍ତ ମହାନ୍ତି, ତାପସ ମହାନ୍ତି, ଓଗୀ ସରପଞ୍ଚ ଜିତେନ୍ଦ୍ର ପ୍ରଧାନ, ତୁକୁଡା ଗ୍ରାମ ସଭାପତି ପ୍ରଭାତ ଦେହୁରୀ, ଗ୍ରାମ ସମ୍ପାଦକ ସନ୍ତୋଷ ସାହୁ, ପୁରାତନ ଛାତ୍ର ସଂସଦର ସଭାପତି ଅପିନ୍ଦ୍ର ଦେହୁରୀ, ଜଙ୍ଗଲ ଜାମୁଣ୍ଡା ଗ୍ରାମ ସଭାପତି ବାବୁଲି ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

ଏ ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜିତ ହୋଇଛି। ଶିବିରରେ ୧୦୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ସ୍ବେଚ୍ଛାସେବୀ ବ୍ରହ୍ମଜ୍ୟୋତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

Share

Leave a Reply