ଅନୁଗୁଳ: ଅନୁଗୁଳ ସହର ଗାନ୍ଧି ମାର୍ଗ ସ୍ଥିତ ସରଳିଆ ଭବନରେ ରବିବାର ଆମ ଅନୁଗୁଳ ଆମ ଗୌରବ ଅନୁଷ୍ଠାନ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଭାରତ ରତ୍ନ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ଶିବିର ଆୟୋଜିତ ହୋଇଥିଲା। ଶିବିରରେ ମୁଖ୍ୟ ଅତିଥିଭାବେ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ଯମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦିଲ୍ଲୀ ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଗୌତମ ଗମ୍ଭୀର ଯୋଗ ଦେଇଥିଲେ।
ପ୍ରଥମେ ଅତିଥିମାନେ ଭାରତ ରତ୍ନ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ରକ୍ତ ଦାନ ଶିବିର ଉଦଘାଟନ କରିଥିଲେ। ଏହି ଶିବିରରେ ମୋଟ ୯୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି। କାର୍ଯ୍ୟକ୍ରମରେ ଆମ ଅନୁଗୁଳ ଆମ ଗୌରବର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।
ବାଜପେୟୀଙ୍କ ଜୟନ୍ତୀରେ ରକ୍ତଦାନ ଶିବିର, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କ୍ରିକେଟର ଗୌତମ ଗମ୍ଭୀର


