ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଶ୍ରମିକ ବିହାରରେ ନବ ବର୍ଷ ପାଳିତ, ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୫୦ ଜଣ ଶ୍ରମଜୀବୀ ସମ୍ବର୍ଦ୍ଧିତ

You are currently viewing ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଶ୍ରମିକ ବିହାରରେ ନବ ବର୍ଷ ପାଳିତ, ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୫୦ ଜଣ ଶ୍ରମଜୀବୀ ସମ୍ବର୍ଦ୍ଧିତ

ଅନୁଗୁଳ: ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଶ୍ରମିକ ବିହାରରେ ବେଶ୍ ଧୁମଧାମରେ ନବ ବର୍ଷ ପାଳିତ ହୋଇଛି। ଜିରୋ ନାଇଟ ଉପଲକ୍ଷେ ଏଠାରେ ଚିତ୍ତାକର୍ଷକ ମ୍ୟୁଜିକାଲ ନାଇଟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଜେଏସପି ଅନୁଗୁଳ ପ୍ଳାଣ୍ଟ ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲହାନ, ନିର୍ବାହୀ ନିର୍ଦ୍ଦେଶକ ଆଇରନ ଜୋନ ଦାମୋଦର ମିତ୍ତଲ, ସିଏଚଆରଓ ଶୁଭଦୀପ ଖାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଯୋଗ ଦେଇଥିଲେ। ଏ ଅବସରରେ ୨୫୦ ଜଣ ଶ୍ରମଜୀବୀଙ୍କୁ ୨୦୨୩ ମସିହାରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା ।
୫୦୦୦ରୁ ଊର୍ଦ୍ଧ୍ଵ ଶ୍ରମିକ ବିହାର ନିବାସୀ, କର୍ମଚାରୀ ତଥା ପାର୍ଶ୍ବ ଗ୍ରାମର ଲୋକ ଏହି ସାଂସ୍କୃତିକ ସନ୍ଧ୍ୟାକୁ ଉପଭୋଗ କରିଥିଲେ।

Share

Leave a Reply