ବାହାନଗା ଟ୍ରେନ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ରକ୍ତଦାନ କଲେ ତାଳଚେରର ବିଭିନ୍ନ ସଂଗଠନ, ୧୦୧ ୟୁନିଟ ରକ୍ତ ସଂଗୃହୀତ

You are currently viewing ବାହାନଗା ଟ୍ରେନ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ରକ୍ତଦାନ କଲେ ତାଳଚେରର ବିଭିନ୍ନ ସଂଗଠନ, ୧୦୧ ୟୁନିଟ ରକ୍ତ ସଂଗୃହୀତ

ତାଳଚେର: ବାଲେଶ୍ଵର ବାହନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ପାଇଁ ଆଜି ରକ୍ତଦାନ କରିଛନ୍ତି ତାଳଚେରର ଲୋକେ। ତାଳଚେର ଜେସିଆଇ, ଅନ୍ନପୂର୍ଣ୍ଣା ମହିଳା ସଂଗଠନ ଓ ହାଟତୋଟା ବଣିକ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୦୧ୟୁନିଟ ରକ୍ତ ସଂଗୃହୀତ ହୋଇଛି।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଜେସିଆଇ ସଭାପତି ଦୀପ୍ତି ରଞ୍ଜନ ବିଶ୍ୱାଳ, ଅନ୍ନପୂର୍ଣ୍ଣାର ସଭାନେତ୍ରୀ ମଂଜିତ କୌର ଓ ବଣିକ ସଙ୍ଘ ସଭାପତି ବୀରବର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ତାଳଚେର ଏସଡିପିଓ ମାନସ ରଞ୍ଜନ ବାରିକ ନିଜେ ରକ୍ତଦାନ କରି ଆରମ୍ଭ କରିଥିଲ।

ଅନ୍ୟମାନଙ୍କ ମଧ୍ୟରେ ଜେସିଆଇ ଜୋନ ସଭାପତି ଆଶିଷ ଅଗ୍ରୱାଲ, ବରିଷ୍ଠ ଆଇନଜୀବୀ ଯଦୁମଣି ସାହୁ, ପୂର୍ବତନ ନଗରପାଳ କେଶବ ଭୂତିଆ, ବରିଷ୍ଠ ସାମ୍ବାଦିକ ଡ଼ଃ ରଶ୍ମିରଞ୍ଜନ ମିଶ୍ର, ଜେସିଆଇର ପୂର୍ବତନ ସଭାପତି ବାସୁଦେବ ସାହୁ, ମନୀଷ ଅଗ୍ରୱାଲ, କୁଶଳ ଅଗ୍ରୱାଲ, ସରୋଜ ଗିରି ପ୍ରମୁଖ ଯୋଗଦେଇଥିଲେ।

Share

Leave a Reply