ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଓ ଶିମିଳିପଡା ମେଗା ୟୁଥ କ୍ଲବ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଜିଲ୍ଲା ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଜୀବନ ବିନ୍ଦୁ ସହ ସଂଯୋଜକ ପ୍ରିୟଦର୍ଶୀ ପଟ୍ଟନାୟକ, ନଗରପାଳ ଅକ୍ଷୟ ସାମନ୍ତ, ଅରୁଣାଭ ସିଂହ, ନଗର ବିଜେଡି ସଭାପତି ବୃନ୍ଦାବନ ସ୍ୱାଇଁ, କାଉନସିଲର ସଦା ପଣ୍ଡା, ବ୍ୟାଙ୍କ ନିର୍ଦେଶକ ସରୋଜ ନାଏକ, ତପନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। କ୍ଲବ ସଭାପତି ସୂର୍ଯ୍ୟକାନ୍ତ ସାହୁ, ସମ୍ପାଦକ ରାକେଶ ସାମନ୍ତ, ମଳୟ ଗଡ଼ନାୟକ, ତପନ ସିଂହ ସାମନ୍ତ, ଯୋଗେଶ ପ୍ରଧାନ ଶିବିର ପରିଚାଳନା କରିଥିଲେ। ଶିବିରରେ ମୋଟ୍ ୫୯ ୟୁନିଟ ରକ୍ତ ସଂଗୃହୀତ ହୋଇଛି।
ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ, ୫୯ ୟୁନିଟ ରକ୍ତ ସଂଗୃହୀତ
- Post published:December 10, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul