ନେତାଜୀ ଓ ସାଏ ଜୟନ୍ତୀରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗୃହୀତ

You are currently viewing ନେତାଜୀ ଓ ସାଏ ଜୟନ୍ତୀରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗରେ ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ସୋମବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ନେତାଜୀ ଯୁବକ ସଂଘ ଓ ବିଜୁ ଯୁବ ଜନତା ଦଳ ଦ୍ବାରା ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ତଥା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାହୁ, ବିଜେଡି ବରିଷ୍ଠ ନେତା ବ୍ରଜବନ୍ଧୁ ସାହୁ, ଛବିନାରାୟଣ ସାହୁ, ପବିତ୍ର ମୋହନ ଦାସ, ନେତାଜୀ ଯୁବକ ସଂଘର ଉପସଭାପତି ତଥା ତୁରଙ୍ଗ ସମିତି ସଭ୍ୟ ସରୋଜ ପଣ୍ଡା, ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ ସାମିଲ ହୋଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ମିଡିଆ କୋ-ଅଡିନେଟର ସୁନିତା ନାଏକ, ଜିଲ୍ଲା ଉପସଭାପତି ପ୍ରକାଶ ଭୋଇ ଓ କିଶୋର କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜିବ ସାହୁ ଓ ଅନୀଲ ଭୂୟାଁ, ଜିଲ୍ଲା ସମ୍ପାଦକ ଅମିତ କୁମାର ଦାସ ଓ ସୌରଭ ବେହେରା, ଛାତ୍ରନେତା ରାହୁଲ ମହାପାତ୍ର ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ବିଜୁ ଯୁବ ଜନତା ଦଳ ଓ ନେତାଜୀ ଯୁବକ ସଂଘର କର୍ମକର୍ତ୍ତା ସହଯୋଗ କରିଥିଲେ।

Share

Leave a Reply