୫ଟି ଶାଢ଼ି କିଣିଲେ ମାଗଣାରେ ପାଇବେ ଆଉ ଏକ ଶାଢ଼ି: ଏସ୍‌ଏନ୍‌କେ ରୟାଲ ପକ୍ଷରୁ କଟନ୍ ଶାଢ଼ି ମେଳା ଆରମ୍ଭ, ଅଫର ସୀମିତ ସମୟ ପାଇଁ

You are currently viewing ୫ଟି ଶାଢ଼ି କିଣିଲେ ମାଗଣାରେ ପାଇବେ ଆଉ ଏକ ଶାଢ଼ି: ଏସ୍‌ଏନ୍‌କେ ରୟାଲ ପକ୍ଷରୁ କଟନ୍ ଶାଢ଼ି ମେଳା ଆରମ୍ଭ, ଅଫର ସୀମିତ ସମୟ ପାଇଁ

ଅନୁଗୁଳ: ଜଣାଶୁଣା ଶାଢ଼ି ଓ ଡ୍ରେସ୍ ସୋ’ ରୁମ ଏସ୍‌ଏନ୍‌କେ ରୟାଲ ପକ୍ଷରୁ ଅନୁଗୁଳ ଗାନ୍ଧିମାର୍ଗ ଓ ତାଳଚେର ଶର୍ମା ଛକ ସ୍ଥିତ ସୋ’ ରୁମରେ ଆକର୍ଷଣୀୟ କଟନ ଶାଢ଼ି ମେଳା ଆରମ୍ଭ ହୋଇଛି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏ ଅବସରରେ ଧମାକାଦାର ଅଫର ଦିଆଯାଇଛି। ୧୦ଟି କଟନ ଶାଢ଼ି କିଣିଲେ ୨ଟି ଶାଢ଼ି ମାଗଣାରେ ପାଇପାରିବେ। ସେହିପରି ୫ଟି କଟନ ଶାଢ଼ି କିଣିଲେ ୧ ଗୋଟି କଟନ ଶାଢ଼ି ମାଗଣାରେ ପାଇପାରିବେ। ଏଥି ସହିତ ଅତି ବେଶୀରେ ୫ଟି ଶାଢ଼ି ପର୍ଯ୍ୟନ୍ତ ପାଞ୍ଚ ପ୍ରତିଶତର ରିହାତି ରହିଛି। ସେହିଭଳି ୩୫୦୦ ଟଙ୍କା କିମ୍ବା ତା’ଠୁ ଅଧିକ ମୂଲ୍ୟର କାରବାର ଉପରେ ନିଶ୍ଚିତ ଉପହାର ଯୋଜନା ରହିଛି।

ସେହିପରି ୫୦୦୦ ଟଙ୍କା ବା ତା’ ଠାରୁ ବେଶୀ ମୂଲ୍ୟର ଶାଢ଼ି ବା ଡ୍ରେସ ମେଟେରିଆଲ କିଣିଲେ ଗ୍ରାହକ ସ୍ୱତନ୍ତ୍ର ଲକି କୁପନ ପାଇ ପାରିବେ। ଏମାନଙ୍କ ମଧ୍ୟରୁ ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଲକି ଡ୍ର ମାଧ୍ୟମରେ ସୁନା କଏନ ଦିଆଯିବ ଏବଂ ଜଣେ ଭାଗ୍ୟଶାଳୀ ଦମ୍ପତିଙ୍କୁ ଗୋଆ ବୁଲିବାର ଟିକେଟ ପ୍ରଦାନ କରାଯିବ। ଏ ସମସ୍ତ ଅଫର ଉପରେ ସର୍ତ୍ତାବଳୀ ଲାଗୁ ଥିବା ବେଳେ ସୋ’ ରୁମ ସ୍ଵତ୍ତ୍ୱାଧିକାରୀଙ୍କ ବିଚାର ଚୂଡାନ୍ତ ଧରାଯିବ ବୋଲି ଜଣାଯାଇଛି।

ଏବେ ବିବାହ ଋତୁ ଚାଲିଥିବାରୁ ଏସ୍‌ଏନ୍‌କେ ରୟାଲର ଅନୁଗୁଳ ଓ ତାଳଚେର ସୋ’ ରୁମରେ ନୂଆ ନୂଆ ଡିଜାଇନର ଶାଢ଼ି, ମେନସ ଓୟାର, ଲେଡିଜ ଓୟାର, କିଡ୍ସ ଓୟାର, ହୋମ ଫର୍ନିସିଂ, ସୁଟିଂ ସାର୍ଟିଙ୍ଗ ଓ କସମେଟିକ୍ସ ଆଦି ଉପଲବ୍ଧ ଅଛି। ଏଣୁ ଅଫର ସରିବା ପୂର୍ବରୁ ଗ୍ରାହକମାନେ ସୋ’ ରୁମକୁ ଆସି ନିଜ ପସନ୍ଦର ଜିନିଷ କିଣିବାକୁ ପରିଚାଳକ ପ୍ରଦୀପ ବାଗଡ଼ି କହିଛନ୍ତି।

Share

Leave a Reply