ଛେଣ୍ଡିପଦା ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ଯଶୋବନ୍ତ ପ୍ରସାଦ ବେହେରାଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗୃହୀତ

You are currently viewing ଛେଣ୍ଡିପଦା ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ଯଶୋବନ୍ତ ପ୍ରସାଦ ବେହେରାଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗୃହୀତ

ଛେଣ୍ଡିପଦା: ଛେଣ୍ଡିପଦା ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ଯଶୋବନ୍ତ ପ୍ରସାଦ ବେହେରାଙ୍କ ଜନ୍ମଦିନ ଏବଂ ନିର୍ବାଚନ ବିଜୟର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଗୁଳ ଜିଲ୍ଲା ରକ୍ତ ଭଣ୍ଡାରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ୍ ୫୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।
ଶିବିରରେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଏବଂ ଜିଲ୍ଲା ପରିଷଦ ଯଶୋବନ୍ତ ପ୍ରସାଦ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋପବନ୍ଧୁ ସାହୁ, ଜଗଦୀଶ ସାହୁ, ସମିତିସଭ୍ୟ ଚିନ୍ମୟ ବେହେରା, ଆଶିଷ ବେହେରା, ମିଟୁ ପ୍ରଧାନ, ତପନ ସାହୁ, ପାପୁନ ବେହେରା, ତାପସ କୁମାର ସାହୁ, କାଳିଆ ବେହେରା, ରାକେଶ ସାହୁ ଓ ସୁଧୀର ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଅନୁଗୁଳ ରକ୍ତ ଭଣ୍ଡାରର ଡାକ୍ତର ସତ୍ୟବ୍ରତ ପାଟ୍ଟଯୋଶୀଙ୍କ ନେତୃତ୍ୱରେ ଏକ ଟିମ୍ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ସଂଗ୍ରହ କରିଥିଲେ।

Share

Leave a Reply