ସାଂସଦ ମହେଶ ସାହୁଙ୍କ ଜନ୍ମଦିନ ପାଇଁ ରକ୍ତଦାନ ଶିବିର, ୪୬ ୟୁନିଟ ରକ୍ତ ସଂଗୃହୀତ

You are currently viewing ସାଂସଦ ମହେଶ ସାହୁଙ୍କ ଜନ୍ମଦିନ ପାଇଁ ରକ୍ତଦାନ ଶିବିର, ୪୬ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ଆଜି ଅନୁଗୁଳ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ସାଂସଦ ମହେଶ ସାହୁଙ୍କ ଜନ୍ମଦିନ ପାଳନ କରାଯାଇଛି। ଏ ଅବସରରେ ବଡକେରା ପଞ୍ଚାୟତରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ୪୬ ୟୁନିଟ ରକ୍ତ ସଂଗୃହୀତ ହୋଇଛି।
ଶିବିରରେ ସାଂସଦଙ୍କ ପ୍ରତିନିଧି ଭକ୍ତିପ୍ରସାଦ ଦାସ, ପ୍ରକାଶ ଚନ୍ଦ୍ର ଭୋଇ, ସଞ୍ଜିବ ସାହୁ, ସଞ୍ଜୟ ସାହୁ, ସରୋଜ ସାହୁ, ବାପି ଜେନା, ସଞ୍ଜୟ ଜେନା, ସୁଜିତ କୁମାର ଦଳେଇ, ବିଶ୍ବମ୍ବର ଖୁଣ୍ଟିଆ, ସୋମନାଥ ଜେନା, ସୁନୀଲ କୁମାର ସ୍ବାଇଁ, ମାଧବ ମୁଖୀ, ଅଜିତ ଜେନା, ସୁଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ପରେ ସୁଶୁଡା ପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ସ୍ଥିତ କେଦାର ଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ଠାରେ ଜନ୍ମଦିନ ପାଳନ ସହିତ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଶେଷରେ ବେନ୍ତପୁର ସ୍ଥିତ ପଦ୍ମପାଦ ମଠ ଠାରେ ସାମୂହିକ ଭଜନ ହୋଇଥିଲା।

Share

Leave a Reply