ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଟାଇସି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୩୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଯୁବଶକ୍ତି ସ୍ବେଚ୍ଛାସେବୀ ସଂଗଠନର ସଭାପତି ବ୍ରହ୍ମଜ୍ୟୋତି ମିଶ୍ରଙ୍କ ଉଦ୍ୟମରେ ଟାଇସି ପଞ୍ଚାୟତ ଯୁବଗୋଷ୍ଠୀ ଏବଂ ବରିଷ୍ଠ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଏହି ଶିବିରକୁ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଉଦଘାଟନ କରିଥିଲେ।
ଅନ୍ୟତମ ଅତିଥି ଭାବେ ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଟାଇସି ସରପଞ୍ଚ ସୌଦାମିନୀ ପ୍ରଧାନ, ସାତକୋଶିଆ ମଣ୍ଡଳ ସଭାପତି ରାଧାକାନ୍ତ ପଳେଇ ପ୍ରମୁଖ ଯୋଗ ଦାନ କରି ଶିବିରର ଆୟୋଜକ ଏବଂ ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ବେହରା, ଶରତ ଚନ୍ଦ୍ର ପ୍ରଧାନ, ବେଦବ୍ୟାସ ପ୍ରଦାନ, ଲକ୍ଷ୍ମଣ ସାହୁ, ତ୍ରିଲୋଚନ ଜେନା ହେମନ୍ତ ପ୍ରଧାନ, ବିପିନ ବିହାରୀ ଜେନା, ସୁବୋଧ ହେହୁରି, ବିମ୍ବାଧର ସାହୁ, ଯୁବଶକ୍ତି ଅନୁଷ୍ଠାନର ସାତକୋଶିଆ ସଭାପତି ନିରଞ୍ଜନ ସାହୁ, ସମ୍ପାଦକ ପ୍ରଫୁଲ୍ଲ ସାହୁ, ପ୍ରକାଶ ବାରିକ, ସନ୍ତୋଷ ନାଏକ, ସୁବାଷ ନନ୍ଦ, ଦୟାନିଧି ଦାସ, ବନ୍ତଳା ସିଏଚସିର ଡାକ୍ତର ରଶ୍ମିରେଖା ଦାସ, ଅନୁଗୁଳ ରକ୍ତଭଣ୍ଡାରର ନର୍ସ ମଞ୍ଜୁପ୍ରଭା ଶତପତି, ରଶ୍ମିରେଖା ମାର୍କା, ଏମଏଲଟି ଲଳିତ କୁମାର ବେହେରା, ଆଟେନାଣ୍ଟ ରଣେଶ୍ୱର ମୁଖୀ, ଡ୍ରାଇଭର ସୁକାନ୍ତ ସାହୁ, ସ୍ବେଚ୍ଛାସେବୀ ରମେଶ ପାତ୍ର, କାଉନସିଲର ହରିଶ ଚନ୍ଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ।